ଇଏ ମନ୍ତ୍ରୀ ନା ଜଉତିଷ, ନଇ ନଦେଖୁଣୁ ଲଙ୍ଗଳା ହେଲେଣି, କଳାବଜାରୀଙ୍କ ପୁଷମାସ 

0

 à¬‡à¬ ମନ୍ତ୍ରୀ ନା ଜଉତିଷ, ନଇ ନଦେଖୁଣୁ ଲଙ୍ଗଳା ହେଲେଣି, କଳାବଜାରୀଙ୍କ ପୁଷମାସ 

ଆଳୁକୁ ନେଇ  ସୂର୍ଯ୍ୟଙ୍କ ଆଗଚଲା ମନ୍ତବ୍ୟ ପାଇଁ ଅଡୁଆରେ ସରକାର

ବିଜେପିର ଅଭିଯୋଗ ‘ମନ୍ତ୍ରୀଙ୍କ ମନ୍ତବ୍ୟ ପଛରେ ଜଳଜଳ ପିସି କାରବାର’ 

ଭୁବନେଶ୍ୱରରୁ ଚକ୍ରଧର ମାଝି : ପିଆଜ ଯନ୍ତ୍ରଣା ଥମି ଥମି ଆସିଲା ବେଳକୁ ଏବେ ମୁଣ୍ଡ ଉପରେ ଚଡକ ପଡି ପଡିସବାକୁ ଯାଉଛି ଆଳୁଦର  । ସାଧାରଣ ଲୋକଙ୍କ ପାଇଁ ଏବେ ଏହା ଚିନ୍ତାର କାରଣ ପାଳଟିଛି  । ମାସକ ପୂର୍ବେ ପିଆଜ କନ୍ଦାଉଥିଲା  । କିଲୋ ୪୦ ଟପି ୫୦ ଟଙ୍କାକୁ ଛୁଇଁ ଯାଇଥିଲା କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି  । ପିଆଜ ଦର ଖସି ଖସି ଯାଉଥିବାବେଳେ ତାକୁ ଟପିବାକୁ ବସିଲାଣି ଆଳୁ ଦର  । ମାତ୍ର ଗୋଟିଏ ସପ୍ତାହ ଭିତରେ ଆଳୁ ଦର କିଲୋ ପିଛା ୭ ଟଙ୍କା ବଢ଼ିଯାଇଥିବାବେଳେ ପିଆଜ ଦର ମାସକ ଭିତରେ ୨୫ ଟଙ୍କା ଖସି ଯାଇଛି ।  ବ ର୍ମାନ ଖୁଚୁରା ବଜାରରେ ଉଭୟ ଆଳୁ ପିଆଜ ସମାନ ୧୫ ଟଙ୍କା ଦରରେ ରହିଛନ୍ତି  । ଆଳୁ ଦର ଯେମିତି ଅହେତୁକ ଭାବେ ବୃଦ୍ଧି ପାଉଛି, ଖୁବ ଶୀଘ୍ର ପିଆଜ ଦରକୁ ଟପିଯିବ ବୋଲି ବ୍ୟବସାୟୀ ମହଲ ଆଶଙ୍କା କରୁଛନ୍ତି  । ଅମଳ ସମୟରେ ଆଳୁ ଦର ଏଭଳି ଉଚ୍ଚା ରହିଥିବାରୁ ଆଗାମୀ ଦିନରେ ଆକାଶଛୁଆଁ ହେବ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳୁଛି  ।  ହେଲେ ଆଳୁ ଦର କେତେ ହେବ ବା ନହେବ, ଆଳୁ ସର୍ଟ ପଡିବା ବା ନପଡିବ, ତାହାତ ଆଗକୁ ଅଛି  । ବେପାରୀ କହିଲେ ତାକୁ ଗୁରୁତ୍ୱ ଦିଆଯାଇନପାରେ  । ହେଲେ ଯେତେବେଳେ ଖୋଦ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବହକଲିଆ ଭଳି ଆଗଚଳା ରୀତିରେ ଆଳୁ  କିଲେ ୪୦ ହୋଇପାରେ ବୋଲି କହିବା ଘଟଣାରେ ଉଭ୍ରୟ ବିଜେପି ଓ କଂଗ୍ରେସ ମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ବେପାରୀଙ୍କ ସହ ହାତମିଳାଇ ମନ୍ତଅୀ ନିର୍ବାଚନୀ ଚାନ୍ଦା ହାତେଇବା ପାଇୃଁ ମନ୍ତ୍ରୀ୍ଙ୍କ ମନ୍ତବ୍ୟ ପ୍ରେରିତ ବୋଲି ଅଭିଯୋଗ କରିଛନ୍ତି ସେମାନେ  । ଆଉ ଗୋଟାଏ କଥା.ବାସ୍ତବିକ ପ୍ରଶ୍ନ , ସୂର୍ଯ୍ୟପାତ୍ର ମହୋଦୟ ମନ୍ତ୍ରୀ ନା ଜଉତିଷ  । ସେ ସରକାରଙ୍କ ବିଭାଗର ଚଳାଉଛନ୍ତି ନା ଭବିଷ୍ୟବାଣି କରୁଛି  । ଏଭଳି କରି ବାସ୍ତବିକ ସେ ବେପାାରୀମାନଙଙ୍କୁ ଆଳୁ ହୋଡିଂ କରି କଳାବଜାର ପାଇଁ ପ୍ରୋତ୍ସାହିତ କରୁନାହାନ୍ତି  । ଯୋଗାଣ ବିଭାଗ ସିନା ଚତୁରତାର ସହ ପରିସ୍ଥିତିକୁ  ମୁକାବିଲା କରିବା କଥା, ହେଲେ ନଇ ଦଦେଖୁଣୁ ଲଙ୍ଗଳା ହେବା ପରି ସରକାର ଲୁଗାପଟା ଫିଙ୍ଗି ଏମିତି ଦଉଡିବା ପଛରେ କଣ ରହସ୍ୟ ତାହା ମନ୍ତ୍ରୀଙ୍କୁ ଜଣା  । ମାନେ ସରକାର ପରିସ୍ଥିତି  ମୁବାବିଲା କରିବା ବା ମାର୍କେଟ ଇଣ୍ଟରଫରେନ୍ସ କରିବା ଅବା ରାଜ୍ୟବାସୀଙ୍କ ପାଇଁ ସାନ୍ତ୍ବନାମୂଳକ କଥା କହିବା ବଦଳରେ ହାତ ଟେକିଦେବା ଏବେ ରାଜ୍ୟବାସୀଙ୍କୁ ନିରାଶ କରିଛି  । 

 ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ  ପାତ୍ର କହିଛନ୍ତି ଯେ, ଓଡ଼ିଶାରେ ଆଗକୁ ଆଳୁ ଦର ବଢିବା ସମ୍ଭାବନା ରହିଛି । ୩ କିମ୍ବା ୪ ମାସ ମଧ୍ୟରେ ଆଳୁଦର କେଜି ୩୦ ରୁ ୪୦ ଟଙ୍କା ବୃଦ୍ଧି ପାଇବା ସାରା ଦେଶରେ ଆଳୁ ଫସଲ ଖରାପ ହୋଇଥିବାରୁ ଦର ବୃଦ୍ଧି ହେବାର ସମ୍ଭାବନା ରହିଛିା ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତିା ନାଫେଡ଼ ଜରିଆରେ ୫୦ କୋଟି ଟଙ୍କାର ଆଳୁ କିଣାଯିବା | ଦର ବଢିଲେ ବଜାରକୁ ଆଳୁକୁ ଛଡାଯାଇ ଦର ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପାତ୍ର କରିଛନ୍ତି ।

ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ, ଆଳୁ ମହଜୁଦ  ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶ  ଜାରି ହୋଇଛିା କଟକରେ ହୋଲସେଲର ସର୍ବାଧିକ ୫ ଶହ କ୍ୱିଂଟାଲ ରଖିପାରିବୋ ସେହପରି ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର,ରାଉରକେଲାରେ ୩ ଶହ କ୍ୱିଂଟାାଲ ରଖିପାରିବେ । ଏତଦବ୍ୟତିତ ଅନ୍ୟ ସମସ୍ତ ଛୋଟ ସହରର ବ୍ୟବସାୟୀ ୧୫୦ କ୍ୱିଂଟାଲ ଆଳୁ ରଖିପାରିବେ ବୋଲି ସେ କହିଛନ୍ତି । 

ଆଇଗିଣିଆ କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ବ ର୍ମାନ ଭଲ ପିଆଜର ପାଇକାରୀ ଦର ହଜାରେ ରୁ ୧୧ଶହ ରହିଛି  । ଅର୍ଥାତ କିଲୋ ପିଛା ୧୦/୧୧ଟଙ୍କା ଅଛି ତେଣୁ ଖୁଚୁରା ବଜାରରେ ପିଆଜ କିଲୋ ୧୫ ଟଙ୍କା ରହିବ  ।  କ୍ୟାପିଟାଲ ହାଟରୁ ମିଳିଥିବା ସୂଚନାନୁସାରେ ପିଆଜର ଖୁଚୁରା ଦର ୧୪/୧୫ ଟଙ୍କା ରହିଛି । ତେଣୁ ଗତ ମାସ ତୁଳନାରେ ବ ର୍ମାନ ପିଆଜ ଦର ପାଖାପା ୨୫ ଟଙ୍କା ପଯର୍ୟନ୍ତ ଖସି ଆସିଛି ଖାଉଟିଙ୍କ ପାଇଁ ଏହା ଏକ ଭଲ ଖବର ଅମଳ ସମୟ ହୋଇଥିବାରୁ ପିଆଜ ଦର ଖସିବା ସ୍ୱାଭାବିକ ଓ ଆସନ୍ତା ମାସ ବେଳକୁ ପଶ୍ଚିମ ଓଡ଼ିଶାରେ ପିଆଜ ଅମଳ ହେଲେ ଆହୁରି ଦର କମିବ ବୋଲି ଆଶା କରାଯାଉଛି ।

ମାତ୍ର ଖାଉଟିଙ୍କ ପାଇଁ ଖରାପ ଖବର ବି ରହିଛି ଆଳୁ ଦର ବଢ଼ି ବଢ଼ି ଚାଲିଛି । କୁବେରପୁରୀର ସୂଚନାନୁସାରେ ରବିବାରି ଆଳୁ ଦର କ୍ୱିଣ୍ଟାଲ  ପିଛା ୧୧ଶହ ପଯର୍ୟନ୍ତ ରହିଛି ତେଣୁ ଖୁଚୁରା ବଜାରରେ କିଲୋ ପିଛା ୧୫ ଟଙ୍କା ରହିବା ସ୍ୱାଭାବିକ   ।  ରାଜଧାନୀର ବହୁ ହାଟରେ ଆଳୁ ଦର ୧୫ ଟଙ୍କା ପଯର୍ୟନ୍ତ ବିକ୍ରି ହେଉଛି  ।  ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ପାଇଛି  । ଗତବର୍ଷ ଅଧିକ ଅମଳ ହେତୁ ସେଠିକାର ·ଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ  । ଗତବର୍ଷ ଆଳୁ ଦର ୧୦ ଟଙ୍କାକୁ ଟପିଲା ନାହିଁ । ତେଣୁ କ୍ଷତିଗ୍ରସ୍ତ ବହୁ ·ଷୀ ଚଳିତ ବର୍ଷ ଆଳୁ ·ଷରୁ ମୁହଁ ଫେରାଇନେଲେ  ।  ହଜାର ହଜାର ଏକର ଆଳୁ ଜମି ପଡ଼ିଆ ପଡ଼ିଲା  । ତେଣୁ ଚଳିତ ବର୍ଷ ଆଳୁ ଅମଳ କମ ହୋଇଥିବାରୁ ଦର ବୃଦ୍ଧି ହେଉଛି  । ଏହା ବାଦ ବ ର୍ମାନ ଅମଳ ସମୟ ହୋଇଥିବାରୁ ·ଷୀମାନେ ଶୀତଳଭଣ୍ଡାରରେ ଆଳୁ ସାଇତିବାରେ ଲାଗିଛନ୍ତି  । ଫଳରେ ବଜାରକୁ ପଯର୍ୟାପ୍ତ ଆଳୁ ଆସି ପାରୁନାହିଁ  । ଶୀତଳ ଭଣ୍ଡାର ଭ ିର୍ ହେବା ପରେ ଆଗକୁ ହୁଏତ ଏହି ପରିସ୍ଥିତିରେ ସୁଧାର ଆସିପାରେ ବୋଲି ଆଶା କରାଯାଉଛି । କିନ୍ତୁ ଅମଳ ଦୃଷ୍ଟିରୁ ଦେଲେ ଏହି ସମ୍ଭାବନା କମ୍  । ଅମଳ କମ ହୋଇଥିବାରୁ ଉଭୟ ବ୍ୟବସାୟୀ ଓ ·ଷୀମାନେ ଭବିଷ୍ୟତ ପାଇଁ ଶୀତଳଭଣ୍ଡାରରେ ସାଇତିବା ପାଇଁ ·ହିଁବେ  । ତେଣୁ ଦର କମିବ ବୋଲି ଏବେଠାରୁ ଅନୁମାନ ଲଗାଇବା ମୁସ୍କିଲ ।

ଏବେଠାରୁ ସରକାର ଯଦି ଆଳୁ କିଣି ରବେ, ତେବେ ଆଗକୁ ଆକାଶଛୁଆଁ ହେବା ଭଳି ପରିସ୍ଥିତି ଉପୁଜିବ ନାହିଁ । କିନ୍ତୁ ଏଥିପାଇଁ ସରକାରୀ ସ୍ତରରେ ଉପଯୁକ୍ତ ଯୋଜନା ଜରୁରୀ  । ଓଡ଼ିଶାରେ ବଜାର ·ହିଦା ଦୃଷ୍ଟିରୁ ଏବେଠାରୁ ସରକାର ଅତି କମରେ ଏକ ଲକ୍ଷ ଟନ ଆଳୁ କିଣି ସାଇତିବା ଜରୁରୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି  ।

“ବ୍ୟାପକ ପିସି କାରବାର” : ଆଳୁ ବେପାରୀଙ୍କଠୁ ବି କମିଶନ ଖାଇବେ ସରକାର: ବିଜେପି 

ଭୁୁବନେଶ୍ୱର : ଆଗକୁ ଆଳୁ ଦର ବଢି ୪୦ ଟଙ୍କା ଛୁଇଁବ ବୋଲି କହି ପଶ୍ଚିମବଙ୍ଗରୁ ଆଗୁଆ ୩୦ କୋଟିର ଆଳୁ କିଣି ରଖିବା ପାଇଁ ସରକାର ଯୋଜନା ପଛରେ ଏକ ବଡ ଅସାଧୁ ବୁଝାମଣା ରହିଛି ବୋଲି ଅଭିଯୋଗ କରିଛି ବିଜେପି କୃଷକ ମୋର୍ଚ୍ଚା । ମୋର୍ଚ୍ଚାର ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ କହିଛନ୍ତି ଯେ, ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କର ଏହି ଭବିଷ୍ୟତବାଣୀ ଆଳୁ ବେପାରୀଙ୍କୁ ସୁହାଇବ । ଖାଉଟି ବଜାରରେ ଅସ୍ଥିରତା ସୃଷ୍ଟି କରି ଏହାର ଫାଇଦା  ନେଇ ନିର୍ବାଚନ ଚାନ୍ଦା ଆଦାୟ କରିବାର ମସୁଧା କରିଛନ୍ତି ନିଜେ ସମବାୟ ମନ୍ତ୍ରୀ । 

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଆଳୁର ଦାମ ବଢିନଥିବାବେଳେ ନିଜେ ଯୋଗାଣ ମନ୍ତ୍ରୀ ଏହାର ଦାମ ବଢାଇ ଏବେ ରାଜ୍ୟର ଖାଉଟି ମାନଙ୍କୁ କ୍ଷତିକୁ ଠେଲି ଦେଇଛନ୍ତି । ଯଦି ବି ଓଡିଶା ସରକାର ଆଳୁ କିଣିବେ ତାହେଲେ ଏହାକୁ ରଖିବେ କେଉଁଠି ? ଗଚ୍ଛିତ ରଖିବା ପାଇଁ ଶୀତଳ ଭଣ୍ଡାରଟିଏବି ରାଜ୍ୟ ସରକାର କ୍ଷମତାର ଦୀର୍ଘ ୧୮ ବର୍ଷ ସତ୍ୱେ ପ୍ରତିଷ୍ଠା  କରିପାରିଲେ ନାହିଁ । ଏବେ ପଶ୍ଚିମବଙ୍ଗର ଆଳୁ ବେପାରୀଙ୍କ ଠାରୁ ବଜାର ଦରଠାରୁ ଅଧିକ ଦରରେ କିଣିବା ସହ ସେମାନଙ୍କର ଶୀତଳ ଭଣ୍ଡାର ମାଲିକମାନଙ୍କୁ ମଧ୍ୟ ରାଜ୍ୟ ସରକାର ଅତ୍ୟଧିକ ଦରରେ ଭଡା ଦେଇ ସେଠାରେ ଆଳୁ ରଖିବେ । ଏହା ପଛରେ ନିଶ୍ଚିନ୍ତ ଭାବେ ବ୍ୟାପକ ପିସି କାରବାର ଅଛି ଏବଂ କେତେ ମାତ୍ରାର ପିସି ଅଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି କୃଷକ ମୋର୍ଚ୍ଚା । ସରକାରଙ୍କର ମାର୍କେଟ ଇଂଟେଲଜେନ୍ସର ତଥ୍ୟ ଅନୁସାରେ ସରକାର ପଦକ୍ଷେପ ନେବା କଥା । ଆଗରୁ କେବେ ଦେଖାଯାଇନଥିଲା ମାର୍କେଟ ଇଂଟେଲଜେନ୍ସର ତଥ୍ୟକୁ ଏପରି ପଦାରେ ମନ୍ତ୍ରୀ ନିଜେ  କହିବା । ହେଲେ ମାର୍କେଟ ଇଂଟେଲିଜେନ୍ସର ତଥ୍ୟକୁ ସାଧାରଣରେ କହି ପ୍ରକାରନ୍ତରେ ସମବାୟ ମନ୍ତ୍ରୀ ଅସାଧୁ ବେପାରୀ ମାନେ ଆଳୁ ଦର ବଢାଇବା ପୁର୍ବରୁ ସେହି ଦରକୁ ନିଜେ ବଢାଇଦେଇଛନ୍ତି ଯାହାର ଦେୟ ରାଜ୍ୟର ଗରିବ ଖାଉଟିମାନେ ଆଗାମୀ ଦିନରେ ନିଜ ପକେଟରୁ ଭରିବେ । ସରକାର ଏହି କଳା କାରନାମାର ଅସଲ ଗୁମର ଏବେ ପଦାକୁ ଆସିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । 

ରାଜ୍ୟରେ ବାର୍ଷିକ ୧୩ ଲକ୍ଷ ମେଟ୍ରିକ ଟନ ଆଳୁର ଆବଶ୍ୟକତା ଥିବାବେଳେ ଉପ୍ତାଦନ ହେଉଛି ମାତ୍ର ୮୦ ହଜାର ମେଟ୍ରିକ ଟନ । ନିକଟରେ ପ୍ରକାଶିତ ଇକୋନୋମିକ ସର୍ଭେର ରିପୋର୍ଟ ଅନୁସାରେ ଆଳୁ ଉପ୍ତାଦନ ଚାହିଦାର ୧୦% କୁ ମ୍ମ ରାଜ୍ୟ ସରକାର ପୁରଣ କରିବାରେ ସଂପୂର୍ଣ୍ଣ ବି‘ଳ ହୋଇଛନ୍ତି । ଆଳୁ ମିଶନରେ ୨୦୧୫-୧୬ରେ ୫୦ କୋଟି ଟଙ୍କା, ୨୦୧୬-୧୭ରେ ୬୦ କୋଟି ଟଙ୍କା, ୨୦୧୭-୧୮ରେ ୨୦ କୋଟି ଟଙ୍କା ଖର୍ଚ୍ଚ କଲେ । ହେଲେ ଆଳୁ ଉପ୍ତାଦନ ବଢିଲାନି କାହିଁକି ତାର ଜବାବ ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ରାଜ୍ୟରେ ୨୦୦୦ ମସିହା ବେଳକୁ ସମବାୟ ବିଭାଗର ପାଂଚ ଗୋଟି ସଚଳ ଓ ୧୨ ଗୋଟି ଅଚଳ ଶୀତଳ ଭଣ୍ଡାର ଥିଲା  ଓ ଏବେବି ସେଇ  ପାଂଚ ଗୋଟି ସଚଳ ଓ ୧୩ ଗୋଟି ଅଚଳ ଶୀତଳ ଭଣ୍ଡାର ଅଛି ବୋଲି ରାଜ୍ୟ ସରକାର ବିଧାନସଭାରେ ମାନିଛନ୍ତି । ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ କୃଷି ଉତ୍ପାଦନର ସଂରକ୍ଷଣ ବ୍ୟବସ୍ଥା ନ ହୋଇପାରିବାକୁ ଏବଂ  ଶୀତଳ ଭଣ୍ଡାର ଅଭାବ କାରଣରୁ ଚାଷୀ ମାନେ ଅଭାବୀ ବିକ୍ରୀର ଶୀକାର ହେଉଛନ୍ତି । ସରକାରଙ୍କ ବି‘ଳତା କାରଣରୁ ଆଳୁ ମିଶନ ବିଫଳ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.