ଜାତୀୟ ଦଳ ଗୁଡିକ ଅନିଶ୍ଚିତତାର ବାତାବରଣ ସୃଷ୍ଟିକରୁଛନ୍ତି  

0

 

ଭୁବନେଶ୍ୱରରୁ ଦିନବନ୍ଧୁ ନାୟକ : ବର୍ତମାନ ସାରା ଦେଶରେ ବିଭିତ୍ତ କ୍ଷେତ୍ରରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି  । ଏଥିପାଇଁ ଜାତୀୟ ଦଳ ଗୁଡିକ ମୁଖ୍ୟତଃ ଦାୟୀ  ।  ଅନିଶ୍ଚିତତା ବାତାବରଣ ଦେଶ ପାଇଁ ଆଦୌ ଭଲ ନୁହେଁ  । ଜୟ ପ୍ରକାଶ ନାରାୟଣ ଯେଉଁ ମୂଲ୍ୟବୋଧ ପାଇଁ ଲଢୁଥିଲେ ସେ ଦିଗରେ ପ୍ରତ୍ୟେକ ବ୍ୟକ୍ତି ଲଢିବା ପାଇଁ ସେ ଆହ୍ୱାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି  । ବିଜେଡି ପକ୍ଷରୁ ଭୁବନେଶ୍ୱର ୟୁନିଟ୍ ୬ ସ୍ଥିତ ରାଧାକୃଷ୍ଣ ବସ୍ତି ଠାରେ ଆୟୋଜିତ ଜନ ସମ୍ପର୍କ ପଦଯାତ୍ରାରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଥିଲେ  ।

 ଅନ୍ୟପକ୍ଷରେ ବିରୋଧୀ ଦଳକୁ କଟୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  କହିଥିଲେ ଯେ ସେମାନେ ରାଜ୍ୟର ବିକାଶରେ ବାଧା ସୃଷ୍ଟି କରିବାରେ କେତେକାଂଶ ଦାୟୀ  । ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ ସଂଘୀୟ ବ୍ୟବସ୍ଥାରେ ଓଡିଶାକୁ ଯେଉଁଭଳି ଭାବେ ବି·ର କରିବା କଥା ତାହା କରୁ ନାହାନ୍ତି କହି ବିଭିତ୍ତ ଦୃଷ୍ଟାନ୍ତ ଦେଇଥିଲେ  । କେନ୍ଦ୍ରୀୟ ଅନୁଦାନ ହ୍ରାସ କରିବା , ମହାନଦୀ , ପୋଲାଭାରମ ଆଦି ଜଳ ବିବାଦର ସମାଧାନ ନକରିବା ଆଦି ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ସମାଲୋଚନା କରିଥିଲେ  । ଓଡିଶାକୁ ଏକ ନମ୍ବର ରାଜ୍ୟ କରିବା ବିଜେଡିର ଲକ୍ଷ୍ୟ  । ଦଳିତ , ଆଦିବାସୀ, ଗରୀବ , ·ଷୀ , ଶ୍ରମିକ ମାନଙ୍କର ସାମଗ୍ରିକ ବିକାଶ ପାଇଁ ତାଙ୍କ ସରକାର ସଂକଳ୍ପବଦ୍ଧ  । ଏହି ବିକାଶ ରଥକୁ ଆଗେଇ ନେବାରେ ଯେଉଁମାନେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ  ।

ଏହି ରାଜ୍ୟସ୍ତରୀୟ ଜନସଂପର୍କ ପଦଯାତ୍ରା ଅବସରରେ ବିଧାୟକ ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଦଳର ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପର୍ଯର୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସତ୍ତ ପାଟ୍ଟଶାଣୀ, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ଭୁବନେଶ୍ୱର ଜିଲ୍ଲା କାଯର୍ୟକାରୀ ସଭାପତି ବାବୁ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର କେ. ଶାନ୍ତି, ଜିଲ୍ଳା ବିଜେଡି ସଭାପତି ବାବୁଲି ମିଶ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଜିଲ୍ଲା ଯୁବ ସଭାପତି ଅମରଜିତ ସେନାପତି, ମହିଳା ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ୧୦ ହଜାରରୁ ଊ୍ର୍ମ ଦଳୀୟ କର୍ମୀ, ମହିଳା, ଶୁଭେଚ୍ଛୁ, ବୁଦ୍ଧିଜୀବୀ, ବରିÂ ନାଗରିକ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.