୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ

ପାରାଦୀପ : ଚଳିତ ଆର୍ଥିକ ବର୍ଷ ୨୦୧୮ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପାରାଦୀପ ବନ୍ଦର ୧୦୦.୧୨ ମିଲିୟନ ମେଟ୍ରିକ୍ ଟନ୍ କାର୍ଗୋ ପରିବହନ କରି ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି । ଏଥିସହିତ ସର୍ବଭାରତୀୟ ସ୍ତରରେ ପଣ୍ୟ କାରବାରରେ ପାରାଦୀପ ବନ୍ଦର ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସ୍ୱଳ୍ପ ବ୍ୟବଧାନରେ ପାରାଦୀପରୁ ଆଗରେ ରହି କାଣ୍ଡଲା ବନ୍ଦର ପ୍ରଥମ ସ୍ଥାନ ଅଧିକାର କରିଛି । ରବିବାର ସ୍ଥାନୀୟ ଅଫିସର୍ସ କ୍ଲବରେ ଆୟୋଜିତ ଏକ ସାମ୍ମାଦିକ ସମ୍ମିଳନୀରେ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇ କହିଛନ୍ତି ଇତି ମଧ୍ୟରେ ପାରାଦୀପ ବନ୍ଦର ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଚାଲିଛି । ବନ୍ଦରର ପଣ୍ୟ କାରବାରର କ୍ଷମତା ଓ ଭିତ୍ତିଭୁମିରେ ଢେ଼ର ଉନ୍ନତି ପରିଲକ୍ଷିତ ହୋଇଛି । ୨୦୨୫ ସୁଦ୍ଧା ବନ୍ଦରର ପଣ୍ୟ କାରବାର କ୍ଷମତା ୨୭୭ ଏମଏମଟିପିଏରୁ ୩୨୫ ଏମଏମଟିପିଏକୁ ବୃଦ୍ଧ ପାଇବାର ଲକ୍ଷ୍ୟଧାର୍ଯ୍ୟ ରହିଛି । ପାରାଦୀପ ବନ୍ଦର ନିଜ ପଣ୍ୟ କାରବାରରେ ଉନ୍ନତି ବ୍ୟତୀତ ବନ୍ଦରାଞ୍ଚଳରେ ସ୍ୱଚ୍ଛ ଭାରତ ଅଭିଯାନ, ପରିବଶେ ସୁରକ୍ଷା ଅଭିଯାନ, ସିଏସଆର କାର୍ଯ୍ୟକ୍ରମ, ମାଗଣା ସ୍ୱାସ୍ଥ୍ୟସେବା ଶିବିର, ସାକ୍ଷରତା କାର୍ଯ୍ୟକ୍ରମ, ଶିକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ , ବୃକ୍ଷରୋପଣ ଇତ୍ୟାଦି ବହୁ ଜନହିତକର କାର୍ଯ୍ୟକ୍ରମ କ୍ରମାନ୍ୱୟ ଭାବେ ଜାରି ରହିଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏହି ସ‘ଳତା ପାଇଁ ବନ୍ଦର ଅ୍ମକ୍ଷ ରିଙ୍କେଶ ରଏ, ବନ୍ଦର ଟ୍ରଷ୍ଟି, ବନ୍ଦର ବ୍ୟବହାରକାରୀ ସଂସ୍ଥା, ଭାରତ ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟ, ଓଡ଼ଶା ସରକାର, ଭାରତୀୟ ରେଳ ବିଭାଗ, ଜିଲା ପ୍ରଶାସନ, ପାରାଦୀପ ପୋ÷ର ପରିଷଦ, ସମସ୍ତ ଶ୍ରମିକ ସଂଘ, ସମସ୍ତ କର୍ମଚାରୀ, ଷ୍ଟେକ୍ ହୋଲଡ଼ର୍ସ ସର୍ବୋପରି ଯେଉଁମାନଙ୍କର ପ୍ରତ୍ୟକ୍ଷ ପରୋକ୍ଷ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ସେମାନଙ୍କୁ ଧନ୍ୟବାଦ ତଥା ସ‘ଳତାର ଶ୍ରେୟ ଦେଇଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏଙ୍କ ବ୍ୟତୀତ ବନ୍ଦର ଉପାଧ୍ୟକ୍ଷ ଏନ. ଭାୟାପୁରୀ, ସଚିବ ୟୁ.ଆର. ମୋହନ ରାଜୁ, ଅର୍ଥ ପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ, ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ପ୍ରହଲାଦ ପଣ୍ଡା, ସିଆଇଏସଏଫ କମାଣ୍ଡାଣ୍ଟ ବଂଶୀଧର ସୁନ୍ଦରାୟ, ଟ୍ରାଫିକ ମ୍ୟାନେଜର ଶୁଶାନ୍ତ ମିଶ୍ର, ଡେ଼ପୁଟି କଞ୍ଜର୍ଭେଟର୍ ଅତୁଲ୍ୟ ମହାପାତ୍ର, ମୁଖ୍ୟଯନ୍ତ୍ରୀ କେ. ରାମଚନ୍ଦ୍ର ରାଓ ଓ ସିଏମଇ ଏ. ଜୟସିମା ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ମହଲରୁ ବନ୍ଦରର ଏହି ସଫଳତାକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି ।
ବନ୍ଦରର ସଫଳତାକୁ ବାପି ସର୍ଖେଲଙ୍କ ସ୍ୱାଗତ

ପାରାଦୀପ : ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ବନ୍ଦର ପ୍ରଶାସନ ପକ୍ଷରୁ ୧ ମିଲିୟନ ଟନ୍ ପଣ୍ୟ ପରିବହନ କାର୍ଯ୍ୟ ସମ୍ପାଦନ କରାଯାଇ ଥିବାରୁ ପାରାଦୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ବାପି ସର୍ଖେଲ ବନ୍ଦର ଅଧ୍ୟକ୍ଷ ଓ ପ୍ରଶାସନିକ ଅଧିକାରୀଙ୍କୁ ତଥା ସମସ୍ତ କର୍ମଚାରୀ ଏବଂ ବନ୍ଦରରେ ବିଭିନ୍ନ ସଂସ୍ଥାରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବନ୍ଦରର ଟ୍ରଷ୍ଟି ନିର୍ବାଚନ ସମୟରେ ତାଙ୍କ ସଂଘ ପକ୍ଷରୁ ଯେଉଁ ପ୍ରତିଶୃତି ଦିଆଯାଇଥିଲା ତାକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି ବୋଲି ଶ୍ରୀ ସର୍ଖେଲ କହିଛନ୍ତି । ନିର୍ବାଚନରେ ବିଜୟୀ ହେଲେ ସଂଘ ପକ୍ଷରୁ ପରେଶ ମୁର୍ମୁଙ୍କ ନାମ ବନ୍ଦରର ଲେବର ଟ୍ରଷ୍ଟି ଭାବେ ସୁପାରିଶ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଏହି ଅନୁସାରେ ପରେଶଙ୍କ ନାମ ସଂଘ ପକ୍ଷରୁ ଟ୍ରଷ୍ଟି ଭାବେ ସୁପାରିଶ କରାଯାଇଛି । ସେହିପରି ନିର୍ବାଚନ ସମୟରେ ସଂଘ ପକ୍ଷରୁ ଯେଉଁସବୁ ପ୍ରତିଶୃତି କର୍ମଚାରୀ, ଡ଼ିଏଲଆର, ବନ୍ଦରରେ କାମ କରୁଥିବା ଠିକା ଶ୍ରମିକ ଓ ପାରାଦୀପ ବାସିନ୍ଦାଙ୍କୁ ଦିଆଯାଇଥିଲା ତାହା ପୁରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପରେଶଙ୍କୁ ବାପି ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ୧୪ଦଫା ସମ୍ବଳିତ ଦାବିପତ୍ର ବନ୍ଦର ଅଧ୍ୟକ୍ଷଙ୍କୁ ପ୍ରଦାନ କରାଯାଇଛି । ଯେଉଁଥିରେ କି ବାସଗୃହ ଆବଣ୍ଟନ ନିୟମରେ ସଂଶୋଧନ, ଅବସର କର୍ମଚାରୀଙ୍କ ପାଇଁ ଗେଷ୍ଟ ହାଉସ ନିର୍ମାଣ, ସବସିଡ଼ାଇଜ୍ ଓ ଭ୍ରାମ୍ୟମାଣ କ୍ୟାଣ୍ଟିିନ ସୁବିଧା, ପାନୀୟ ଜଳର ସ୍ଥାୟୀ ସମାଧାନ କରିବା, ପିପିଟିଇସିଏସ ଭବନର ଆବଶ୍ୟକ ମରାମତି କରିବା, ମିନିଷ୍ଟରିଆଲ କର୍ମଚାରୀଙ୍କୁ ୱାସିଂ ଆଲାଉନ୍ସ ଦେବା, କର୍ମଚାରୀଙ୍କ ବାସଗୃହର ସଠିକ ସମୟରେ ମରାମତି କରିବା, ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟରେ ଡ଼ିଏଲଆର ଓ ଠିକା ଶ୍ରମିକଙ୍କ ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ଯୋଗାଇ ଦେବା, ବନ୍ଦର ସହରକୁ ଆବର୍ଜନାମୁକ୍ତ ରଖିବା, ବନ୍ଦର ହସପିଟାଲରେ ସମସ୍ତ ପ୍ରକାରର ଔଷଧ ମାଗଣାରେ ପ୍ରଦାନ କରିବା, ବନ୍ଦର ବିଦ୍ୟାଳୟରେ ହିନ୍ଦି ଓ କମ୍ପ୍ୟୁଟର ଶିକ୍ଷକ ତୁରନ୍ତ ନିଯୁକ୍ତି ଦେବା ବିଷୟ ଉଲ୍ଲେଖ ଥିବା ଶ୍ରୀ ସର୍ଖେଲ ସୂଚନା ଦେଇଛନ୍ତି ।
