Sign in
Sign in
Recover your password.
A password will be e-mailed to you.
ପାଠକଙ୍କ ଜମା ମନରୁ ଯାଇନଥିବ ସେଇ ଲୋମହର୍ଷକ ଆଉ ହୃଦୟ ବିଦାରକ ବମିଖାଲ ପୋଲ ଭୂଷଡା ଘଟଣା, ଯେଉଁ ଅଘଟଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା ଠିକାଦାରର ଦାୟିତ୍ୱହୀନତା ପାଇଁ । ଆଉ ଜଣେ ଶିଶୁ ଅଳ୍ପକେ ବର୍ତ୍ତିଗଲା । ହେଲେ ସେ ପରିବାରଟି ଉଜୁଡିଗଲା । ବୁଢା ବାପାମା ତାଙ୍କ ପୁଅକୁ ହରାଇଲେ, ଜଣେ ସ୍ତ୍ରୀ ତାଙ୍କ ମଥାର ସିନ୍ଦୁର ହରାଇଲେ । ଆଉ ଜଣେ ଶିଶୁର ଶୈଶବ କ୍ଷତାକ୍ତ ହେଲା । ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ହଇଚଇ ହେଲା । ଆଉ ବିଜେପି କଂଗ୍ରେସ ବହୁ ଗୁରାଳି ଛାଡିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ବି ଦାବି କଲେ । ବ୍ଲାକ୍ଲିଷ୍ଟେଡ କରିବା ପାଇଁ ଦାବି ହେଲା । ହେଲେ କଣ ହେଲା କେଜାଣି, ସେମାନଙ୍କୁ କେମିତି କିଏ କେଉଁ ବାଟରେ ଖୁସି କଲା କେଜାଣି…ସବୁ ଚୁପ୍ । ଭଲ ଡିଲ୍ ବୋଧେ ହୋଇଗଲା । କୁଣିଆ ଘରକୁ ବୁଲିଗଲା ପରି ପଣ୍ଡା କମ୍ପାନୀର ନିଦେ୍ର୍ଧଶକ ଜେଲ ଗଲେ ଓ ଆସିଲେ । ଆଉ ଏବେ ବହୁଦିନ ଧରି କମ୍ପାନୀ ତା ପୂରୁଣା କାମ ଚଳାଇଛି ବେଧଡକ । ଭୁବନେଶ୍ୱର, ଜଟଣୀ, ସମ୍ବଲପୁର ଇତ୍ୟାଦି ସ୍ଥାନରେ କାମ ଜୋରଦାରରେ ଚାଲିଛି ଓ ସରକାରଙ୍କ ସହ ଫାଇନାନ୍ସିଆଲ ଟ୍ରାନ୍ଜାକ୍ସନ ଚାଲିଛି ।
Prev Post
Next Post

