ବଳାଙ୍ଗୀ ମହୋତ୍ସବ ଟେଲେଣ୍ଟ ହଣ୍ଟ ମେଗା ଅଡିସନ ସିଜିନ-୩

0

ବଳାଙ୍ଗୀ ମହୋତ୍ସବ ଟେଲେଣ୍ଟ ହଣ୍ଟ ମେଗା ଅଡିସନ ସିଜିନ-୩

ବାରିପଦା( ଦିଲ୍ଲୀପ ମହାନ୍ତି ) – ମୟୂରଭଞ୍ଜ ଜିଲ୍ଲାର ବିଲୋପ  ପ୍ରାୟ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି, ପର୍ଯ୍ୟଟନ  ଏବଂ ଐତିହ୍ୟର ସୁରକ୍ଷା ତଥା ସମୃଦ୍ଧି ନିମନ୍ତେ ୨୦୦୩ ରୁ ବାରିପଦା ଠାରେ ଅନୁଷ୍ଠିତ ହୋଇ ଆସୁଛି ରାଜ୍ୟସ୍ତରୀୟ ବଳାଙ୍ଗୀ ମହୋତ୍ସବ । ଏହି ଅବସରରେ ଅନୁଷ୍ଠିତ  ହୋଇ ଆସୁଥିବା ନୃତ୍ୟ ଭିତ୍ତିକ ପ୍ରତିଯୋଗିତା  ଟେଲେଣ୍ଟ  ହଣ୍ଟ  ମେଗା ଅଡିସନ ସିଜିନ-୩ ବାରିପଦାର ଶହୀଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ  ଭାବେ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଅଧ୍ୟକ୍ଷା ବୀଣା ଦାଶ, ଅର୍ଯ୍ୟନଇଣ୍ଟନେସନାଲ ସ୍କୁଲର ନିଦେ୍ର୍ଧଶିକା ମୁର୍ଚ୍ଛନା ଦାସ ପଟ୍ଟନାୟକ, ବିଶିଷ୍ଟ ଗୀତିକାର ତଥା ପ୍ରଯୋଜକ ଶୁଶାନ୍ତ କୁମାର ମହାନ୍ତି,  ଏମ.ପି.ସି. ସ୍ବୟଂ ଶାସିତ ମହାବିବ୍ୟାଳୟର ପ୍ରଧ୍ୟାପକ  ହରିହର ଦାସ,  କବୟିତ୍ରୀ କାବେରୀ ମିଶ୍ର , ବଳାଙ୍ଗୀ ମହୋତ୍ସବର ପ୍ରତିଷ୍ଠାତା  ସମ୍ପାଦକ ଶରତ ଚନ୍ଦ୍ର ନାୟକ, ଚେୟାର ପର୍ଶନ ଆଇନଜୀବୀ ଶ୍ରୀନିବାସ ପ୍ରଧାନ, ଉପଦେଷ୍ଟା ଡଃ କୁମୁଦ ରଞ୍ଜନ ରାଉତ, ପୁର୍ଣ୍ଣିମା ପଣ୍ଡା, ଟେଲେଣ୍ଟ ହଣ୍ଟ  ମେଗା ଅଡିସନର ପ୍ରୋଗ୍ରାମ କୋଡିନେଟର ବଳରାମ ସାହୁ, ସହକାରୀ ପ୍ରୋଗ୍ରାମ କୋଡିନେଟର କୁମାରେଶ ନାୟକ, ବଳାଙ୍ଗୀ  ମହୋତ୍ସବର କାର୍ଯ୍ୟକାରୀ ସମ୍ପାଦକ ଦୀପକ କୁମାର ନାୟକ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ଲକ୍ଷ ଉଦେ୍ଧଶ୍ୟ ସମ୍ପର୍କରେ ନିଜନିଜର ବକ୍ତବ୍ୟ ରଖିଥିଲେ । ବିଚାରକ ଭାବରେ ନେପାଳର ବିଶିଷ୍ଟ ନୃତ୍ୟଗୁରୁ ମାଷ୍ଟର  ମିକ୍, କଲିକତାର ଅନିତା ଡ୍ୟାନ୍ସ  ଗ୍ରୁୃପର ନିଦେ୍ର୍ଧଶିକା ଅନୀତା ଦାସ ଓ ମାଷ୍ଟର ସୁନୀଲ କୁମାର, ବିଶିଷ୍ଟ ଛଉନୃତ୍ୟଗୁରୁ ଲୋକନାଥ ଦାସ, ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଅନୁବାଳା ମହାନ୍ତି ପ୍ରମୁଖ ଯୋଗଦେଇ ଯୋଗ୍ୟ ପ୍ରତିଯୋଗିମାନଙ୍କୁ ଚୟନ କରିଥିଲେ । କାର୍ଯ୍ୟକ୍ରମରେ ୨୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଭାଗନେଇ କଳା କୌଶଳ ପ୍ରଦର୍ଶନ କରିଥିବା ବେଳେ ବଳାଙ୍ଗୀ ସେନାର ସଂସ୍କୃତି ସେନିକ ମିଥୁନ ବାରିକ, ଜନ୍ମେଜୟ ବେହେରା, ଜ୍ୟୋତିପ୍ରକାଶ ନାୟକ, ଭିକି ଖମାରୀ, ବିଭୁପ୍ରସାଦ ଦାସ, ରିଙ୍କୁ ଗିରି, କିଶୋର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପଦ୍ମନାଭ ମହାପାତ୍ର ଓ ଆର୍ଯ୍ୟନ ଦାସଙ୍କ ଆକର୍ଷଣୀୟ ଉପସ୍ଥାପନା ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଅଡିସନରେ ସଫଳ ପ୍ରତିଯୋଗୀ ମାନଙ୍କର ଫାଇନାଲ ରାଉଣ୍ଡ ବଳାଙ୍ଗୀ ମହୋତ୍ସବ ମଞ୍ଚରେ ଏପ୍ରିଲ ୧୪ରୁ ୧୮ ତାରିଖ ମଧ୍ୟରେ ଅନୁଷ୍ଠିତ  ହେବ । 

Leave A Reply

Your email address will not be published.