ବେଡରକ୍ ଟାୟାର ଆନୁକୁଲ୍ୟରେ କୁଶଳୀ କାରିଗରଙ୍କ ତାଲିମ ଶିବିର

0

ପଦ୍ମପୁର,/ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡର ରାଜ ବୋଡାସମ୍ବର, ପାଇକମାଳ, ଝାରବନ୍ଧ, ଗାଇସିଲାଟ ବ୍ଲକର କାର୍ଯ୍ଯରତ ସାଇକେଲ, ମୋଟର ସାଇକେଲର କୁଶଳୀ କାରିଗର ମାନଙ୍କ ର ଏକ ତାଲିମ ଶିବିର ପଦ୍ମପୁର ଲକ୍ଷ୍ମୀ ରୋସନ ଲାଲ କଲ୍ୟାଣ  ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବେଡରକ୍ ଟାୟାର ଆନୁକୁଲ୍ୟରେ ଆୟୋଜିତ ଶିବିରରେ ୫ ଶହରୁ ଉର୍ଦ୍ଧ୍ବ କାରିଗର ଯୋଗଦାନ କରିଥିଲେ। ସିନିଅର ମାର୍କେଟିଂ ମେନେଜର ଭି କେ ସିଂଘାନିଆ, ସିନିୟର ବ୍ରାଞ୍ଚ ମେନେଜର ଆର କେ ଶର୍ମା, ସେଲ୍ ଅଫସର ଅଭିତାବ ପଣ୍ଡା ଯୋଗଦାନ କରି କାରିଗର ମାନଙ୍କ ବୈଷୟିକ ଜ୍ଞାନ କୌଶଳ, ଆର୍ଥିକ ମାନ ବୃଦ୍ଧି ଓ ଉତ୍ପାଦନ ସାମଗ୍ରୀର ମାନ ଓ ଦକ୍ଷତା ରେ କୌଣସି ସନ୍ଦେହ ଥିଲେ ପଦ୍ମପୁର ସାଇକେଲ ଷ୍ଟୋର ପ୍ରୋ ପାଇଟର ନରସିଂହ ଅଗ୍ରୱାଲଙ୍କ ଠାରେ ଅଭିଯୋଗ କରି ତାର ସମାଧାନ ପାଇଁ ଯୋଗ ସୂତ୍ର ରଖିବା ପାଇଁ ଶ୍ରୀ ସାଂଘାନିଆ କାରିଗର ମାନଙ୍କୁ ଅନୁରୋଧ କରିଥିଲେ। କାରିଗର ମାନେ ଅତି ସହଜ ଓ ସରଳ ଉତ୍ପାୟରେ ଉନ୍ନତ ମାନର ତାଲିମ ଓ ଆର୍ଥିକ ମାନଦଣ୍ଡ ସ୍ବଚ୍ଛଳ କରିବା ଉପାୟ ଉପସ୍ଥାପନା କରିଥିବା ଯୋଗୁଁ ସମସ୍ତ କାରିଗର ଖୁସି ବ୍ୟକ୍ତ  କରିଥିଲେ। ପ୍ରୋତ୍ସାହିତ  କରିବା ପାଇଁ ଉପହାର ଯୋଜନା ଶୁଭାରମ୍ଭ କରା ଯାଇଥିଲା।

Leave A Reply

Your email address will not be published.