ବିନ୍ଧ୍ୟବାସିନୀ ଜୁନିଅର କଲେଜର ବାର୍ଷିକ ଉତ୍ସବ ଉଦଯାପିତ

0

ପଦ୍ମପୁର,/ଶାସକ ପ୍ରଶାସକ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ଜୁନିଅର କଲେଜ ବାର୍ଷିକ ଉତ୍ସବ କଲେଜ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଲେଜର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ସଭା ଓଡ଼ିଆ ବିଭାଗ ଅଧ୍ୟାପିକା ରଞ୍ଜିତା ମହାନ୍ତି ପରିଚାଳନା କରିଥିଲେ। ବାର୍ଷିକ ବିବରଣୀ ପାଠ କରିଥିଲେ ନିରୁପମା ପ୍ରଧାନ। ଏହି ଉତ୍ସବରେ ମୁଖ୍ୟଅତିଥି  ଭାବେ କେନ୍ଦ୍ରିୟ ଉଚ୍ଚ ଶିକ୍ଷା ବିଭାଗ ସମ୍ବଲପୁର ଜୋନ୍ ଡାଇରେକ୍ଟର ଉତ୍ତମ କୁମାର ପ୍ରଧାନ ଯୋଗଦେଇ ତାଙ୍କର ବକ୍ତବ୍ୟରେ ଶିକ୍ଷା ଗ୍ରହଣରେ ଛାତ୍ର ଛାତ୍ରୀ ଙ୍କ ଭୂମିକା ଓ ଉପକାରିତା ଉପରେ ଦିଶା ପ୍ରଦାନ କରିଥିଲେ। ବରଣ୍ୟ  ଅତିଥି ପୂର୍ବତନ ବିଧାୟକ ତଥା ଜୁନିୟର କଲେଜ ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇ ତାଙ୍କର ବକ୍ତବ୍ୟ ପ୍ରଦାନ କରି ଗନ୍ଧମାର୍ଦ୍ଦନ ଆନ୍ଦୋଳନ ସମୟରେ ଚାଲିଥିବା ଗୀତ ଗାନ କରି ଦର୍ଶକଙ୍କୁ ବିଭୋର କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଲେଖକ ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ଯୋଗ ଦେଇ ବିଭିନ୍ନ ଉଦାହରଣ ମାନ ଉଲ୍ଲେଖ କରି ଦର୍ଶକ ମହଲରେ ବିମୋହିତ କରି ଦେଇଥିଲେ। କଲେଜ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଘନଶ୍ୟାମ ପ୍ରଧାନ, ଲିଜା ପ୍ରଧାନ,ଦୁର୍ଯ୍ୟୋଧନ ସୁନା,ସ୍ଵାଗତିକା ପ୍ରଧାନ, ରଶ୍ମୀ ସାହୁ, ଗଣେଶ ସୋନି, ଯମୁନା ଛତର, ଇତିଶ୍ରୀ ସାହୁ ପ୍ରମୁଖଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କଲେଜ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଉଦଘାଟିନୀ ଓ ଉଦଯାପନୀ ଗୀତ ଗାନ କରିଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସଭା ଶେଷ ରେ ଅଧ୍ୟାପକ ମୀନକେତନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ କୁ କଲେଜ ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ, କର୍ମଚାରୀ ଗଣ ପରିଚାଳନା କରିଥିଲେ।

Leave A Reply

Your email address will not be published.