ଗଜପତି : ଶିକ୍ଷା ମାଗଣା ସ୍ୱାସ୍ଥ୍ୟ ସେବା , ବେକାରଙ୍କୁ ନିଯୁକ୍ତି ପ୍ରଭୃତି ୧୦ ଦଫା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିଶାଳ ଯୁବ ବିକ୍ଷୋଭ ।

0

18-03-18-gajpati.jpg - 141.97 kB

Balakrishna Panigrahi/ Gajpati : ସମସ୍ତଙ୍କୁ ଶିକ୍ଷା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଆତ୍ମ ନିଯୁକ୍ତି  ଋଣ ଖାଲିଥିବା ସରକାରୀ ପଦବୀ ପୁରଣ , ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ମନେରେଗା ଯୋଜନା ଦାବୀରେ ପାରଳାଖେମୁଣ୍ଡି ଠାରେ  ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ ଗଜପତି ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ ଧାରଣା ଓ ସଭା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇ ଯାଇଛି । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ଫେଡେରେସନର ରାଜ୍ୟ ସଂପାଦକ ଶ୍ରୀ ଯତୀନ ମହାନ୍ତି ଏବଂ ଆଦିବାସୀ ଅଧିକାରୀ  ରାଜ୍ୟ ସଂପାଦକ ଶ୍ରୀ ଦ¨ପାଣିଙ୍କ ମିଳିତ ନେତୃତ୍ୱରେ ୫୦୦ରୁ ଉର୍ଧ୍ଵ  ଫେଡେରେସନ ଓ ଆଦିବାସୀ ମଞ୍ଚର ମହିଳା ପୁରୁଷ ସ୍ଥାନୀୟ ନୁଆଁ ବସଷ୍ଟାଣ୍‍ ଠାରୁ ଏକ ଆଦିବାସୀ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିକ୍ଷୋଭ ସଭା କରିଥିଲେ । 

ଫେଡେରେସନର ଜିଲ୍ଲା ସଂପାଦକ କେ.ସଞ୍ଜିବ ଙ୍କ ସଭାପତିତ୍ୱରେ ରାଜ୍ୟ ସଂପାଦକ ଯତୀନ ମହାନ୍ତି ଯୋଗଦେଇ ଗଜପତି ଭଳି ଆଦିବାସୀ ଅଧ୍ୟୁସିତ ଜିଲ୍ଲାର ଅନେକ ଗ୍ରାମକୁ ରାସ୍ତା ନାହିଁକି ବିଜୁଳି ପହଞ୍ଚିପାରିନାହିଁ, ଚାକିରିର କୌଣସି ସୁଯୋଗ ସୃଷ୍ଟି ହେଉନଥିବା ବେଳେ ଅଧିକାଂଶ ସରକାରୀ ବିଭାଗରେ ଶତାଧିକ ପଦୀ ଖାଲି ପଡିଛି ।  ସରକାରୀ ସୁବିଧା ଠିକ୍‍ରେ ମିଳିପାରୁନି । ପ୍ରତ୍ୟେକ ବ୍ଲକରେ ଯୁକ୍ତ୩ ବିଜ୍ଞାନ କଲେଜ ଖୋଲିପାରିଲାନି । ଯେଉଁ କେତେକ ଛାତ୍ରାବାସ ରହିଛି ତା ଦହନୀୟ ଅବସ୍ଥାରେ ଅଛି । ଅନେକ ଗ୍ରାମକୁ ଭଲ ରାସ୍ତା ନଥିବା ଯୋଗୁଁ ଶିକ୍ଷକ ମାନେ ସେଠାକୁ ଯାଉନାହାନ୍ତି । ଅନେକ ଡାକ୍ତରଖାନାରେ ଡାକ୍ତର ନଥିବା ଯୋଗୁଁ ସ୍ୱାସ୍ଥ୍ୟ ସେବାରେ ଠିକରେ ପହଞ୍ଚିପାରୁନାହିଁ । ଜିଲ୍ଲାରେ ଧାନ ଓ ମକାଚାଷ ପ୍ରଧାନ ହୋଇଥିଲେ ହେଁ କୃଷି ଶକ୍ତିର ବିକାଶ ହୋଇପାରୁନି । ମନରେଗା ଯୋଜନାରେ କାମ ମିଳୁନଥିବା ଯୋଗୁଁ ଯୁବକ ଯୁବତୀ କାମ ପାଇଁ ପଡୋଶୀ ରାଜ୍ୟକୁ ଚାଲି ଯାଉଛନ୍ତି ଏହି ରାଜ୍ୟ କେନ୍ଦ୍ର ସରକାରଙ୍କ ନିତି ଗୁଡିକ ଦୃଢ ସମାଲୋଚନା କରିଥିଲେ । ଆଗାମୀ ଦିନରେ ଏ ସବୁ ସମସ୍ୟାର ସମାଧାନ ନହେଲେ ଗଣତାନ୍ତ୍ରିକ ଧାରାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସୁକୁ ଶବର, ଟି ସୁରାଲି, ମାନସ ଜେନା, ମୀନାରାଓ, ମୋସିତ ମିଶାଲ ଯୋଗଦେଇଥିଲେ ।

 

Leave A Reply

Your email address will not be published.