୭ଦଫା ଦାବି ନେଇ ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀଙ୍କ ବିକ୍ଷୋଭ 

0

କର୍ତୃପକ୍ଷଙ୍କ ଟାଳଟୁଳ ନୀତି ନେଇ ଅସନ୍ତୋଷ ତୀବ୍ର 

08-03-18-bayanika.jpg - 225.66 kB

 

ଭୁବନେଶ୍ୱର  : ୭ ଦଫା ଦାବି ନେଇ ଓଡିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମ·ରୀ ସଂଘ ପକ୍ଷରୁ ବୟନିକା କାର୍ଯ୍ୟାଳୟ  ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଘର ନ୍ୟାୟୋଚିତ ଦାବି ପ୍ରତି କର୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା କାରଣରୁ ତୁରନ୍ତ ଏହି ଦାବି ପୂରଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରି ଏହି ବିକ୍ଷୋଭ ଅନୁଷ୍ଠିତ  ହୋଇଥିଲା |  

ସଂଘର ଦାବି ମଧ୍ୟରେ କର୍ମଚାରୀଙ୍କୁ ୨୦୧୩ ମସିହାରୁ ଆରଏସିପି ଓ ପଦୋନ୍ନତି ତୁରନ୍ତ ପ୍ରଦାନ, ୭ମ ବେତନ କମିଶନ  ଅନୁଯାୟୀ କର୍ମଚାରୀଙ୍କୁ ତୁରନ୍ତ ୨୦୧୬ ମସିହାରୁ ଦରମା ପ୍ରଦାନ କରିବା, ସଂଘର ସଭାପତିଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଅବିଳମ୍ବେ ପ୍ରତ୍ୟାହାର ଓ ଏହି ବିଷୟରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ପରିଚାଳନା ଆଦେଶକୁ ପାଳନ କରାଯିବା ସହ ବକେୟା ମହଙ୍ଗା ଭତ୍ତା  ଅବିଳମ୍ବେ ପ୍ରଦାନ କରିବା,  ସରକାର ଦେଉଥିବା ମହଙ୍ଗା ଭତ୍ତା  ସେହିଦିନଠାରୁ ଲାଗୁ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି  । ସେହିପରି କର୍ମଚାରୀଙ୍କୁ ଚିିକିତ୍ସା ଭ । ୫ଶହ ଟଙ୍କାରୁ ୧୫ଶହ ଟଙ୍କାକୁ ବୃଦ୍ଧି, ବିକ୍ରୟ କେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କୁ ଛୁଟିଦିନ ଓ ସପ୍ତାହିକ ଛୁଟି ଦିନମାନଙ୍କରେ ଦିଆଯାଉଥିବା ପ୍ରୋତ୍ସାହନ ଭତ୍ତା  ବଦଳରେ ଶ୍ରମ ଆଇନ ଅନୁଯାୟୀ ଭତ୍ତା  ପ୍ରଦାନ କରାଯାଉ ।  କର୍ମଚାରୀମାନଙ୍କୁ ଚାକିରୀ  ସର୍ତାବଳୀ ଲାଗୁ କରିବା ସହିତ ସରକାରୀ ନିୟମ ଅନୁଯାୟୀ ବୟନିକାର ଥଇଥାନ ଯୋଜନା ତୁରନ୍ତ ଲାଗୁ କରିବା ଉପରେ ସଂଘ ଦାବି କରିଥିଲା  । ସଂଘର ସଭାପତି ପ୍ରଫୁଲ୍ଲ ଦାସ ଓ ସାଧାରଣ ସଂପାଦକ ଦୁର୍ଗା ପ୍ରସନ୍ନ  ପ୍ରହରାଜଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଶିଷ୍ଟ କର୍ମଚାରୀ ନେତା ନଳୀନୀ ରଞ୍ଜନ ପତି, ନିଗମ କର୍ମଚାରୀ ମହାସଂଘର ସଭାପତି ନଟବର ଆଚାର୍ଯ୍ୟ  ମହାସଚିବ ସରୋଜକାନ୍ତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଧ୍ରୁବଚରଣ ସାହୁ, କୋଷାଧ୍ୟକ୍ଷ ପ୍ରଭାତ ପରିଡା,କର୍ମଚାରୀ ସଂଗ୍ରାମ ସମିତିର ମହାସଚିବ ପ୍ରଭାତ ମହାନ୍ତି, କୋଷାଧ୍ୟକ୍ଷ ଶୁଭେନ୍ଦୁ ରାଉତଙ୍କ ସମେତ ବହୁ କର୍ମଚାରୀ  ନେତା ଓ ବୟନିକାର କର୍ମଚାରୀ ଉପସ୍ଥିତ ଥିଲେ  । 

08-03-18-bayanika1.jpg - 383.99 kB

Leave A Reply

Your email address will not be published.