ପ୍ରସିଦ୍ଧ ବାରୁଣୀ ସ୍ନାନ ମାର୍ଚ ୧୫ରେ 

0

ପୈାର ପ୍ରଶାସନର ୧୫୦ବର୍ଷ ପୂର୍ତିର ବିବିଧ କାର୍ଯ୍ୟକ୍ରମ ରହୁଥିବାରୁ ବାରୁଣୀ ମେଳାରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ଭବ ହେବନାହିଁ 

ଯାଜପୁରରୁ ଜୟଶଙ୍କର ଦାସ :  ଯାଜପୁର ପ୍ରସିଦ୍ଧ ବାରୁଣୀ ସ୍ନାନ ଓ ମେଳା ଚଳିତ ମାସ ୧୫ତାରିଖରେ ଅନୁଷ୍ଠିତ  ହେବ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଏହି ସ୍ନାନ ବୈତରଣୀ ନଦୀର ବାଳାଶ୍ରମ ପଡ଼ିଆ ଠାରେ ଅନୁଷ୍ଠିତ  ହେବ । ପଂଜିକାରଙ୍କ ମତାନୁସାରେ ଏହି ସ୍ନାନ ସାମାନ୍ୟ ବାରୁଣୀ ସ୍ନାନ ଭାବେ ବିବେଚିତ ହେବ । ସ୍ନାନର ଶୁଭ ବେଳା ୧୫ତାରିଖ ପ୍ରାତଃରୁ ସକାଳ ୭.୧୮ ମଧ୍ୟେ, ଦିବା ୧୦.୪୫ ପରେ ଦିବା ୧୨.୪୮ମଧ୍ୟେ ଓ ଅମ୍ବୃତ ଯୋଗ ରାତ୍ର ୧୨.୪୮ପରେ, ରାତ୍ର ୩.୦୬ ମିନିଟ୍ ମଧ୍ୟରେ ପଡ଼ୁଅଛି । ଚଳିତ ବର୍ଷ ପୈାର ପ୍ରଶାସନର ୧୫୦ବଷ ପୂର୍ତି ଓ ଜିଲା ଗଠନର ୨୫ବର୍ଷ ପୂର୍ତି ବା ରୌପ୍ୟ ଜୟନ୍ତୀ ଜିଲା ପ୍ରଶାସନ ପାଳନ କରୁଥିବାରୁ ପୁର୍ବବର୍ଷମାନଙ୍କ ଭଳି ସ୍ନାନରେ ଦୋକାନ ବଜାରର ଆୟୋଜନ କରାଯିବ ନାହିଁ । ତେବେ ବିଭିନ୍ନ ବିଭାଗ ଯଥା ପାନୀୟଜଳ, ସ୍ୱାସ୍ଥ୍ୟ, ଅଗ୍ନିଶମ, ସୂଚନା ଓ ଲୋକସମ୍ପର୍କ, ଆରକ୍ଷୀ, ବିଦୁ୍ୟତ, ଜଳ ଓ ପରିମଳ ଇତ୍ୟାଦି ବିଭାଗ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟି ରଖି ପୁର୍ବବର୍ଷ ଭଳି ଆନୁସଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜିଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ  ଦେଇଛନ୍ତି । ଏହି ମେଳା ପରେ ପରେ ପୈାର ପ୍ରଶାସନର ୧୫୦ବର୍ଷ ପୂର୍ତିର ବିବିଧ କାର୍ଯ୍ୟକ୍ରମ ରହୁଥିବାରୁ ବାରୁଣୀ ମେଳାରେ ଦୋକାନ ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ଭବ ହେବନାହିଁ ବୋଲି ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ ସୂଚନା ଦେବା ସହ ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ଜନସହଯୋଗ କାମନା କରିଛନ୍ତି  

Leave A Reply

Your email address will not be published.