ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲିସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ପୋଷାକ ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତି ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟି ସ୍କୁଲ ପରିଚାଲନା କମିଟି ସଭାପତୀ ଜଗବନ୍ଧୁ ବରିହାଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଘେଁସ ସରପଂଚ ମମତା ସିଂବରିହା ମୁଖ୍ୟ ଅତିଥି, ଗୋପାଳ ବରିହା, ପ୍ରେମିକା ବରିହା, ମୁକ୍ତାଦେବୀ ବରିହା, ବଲ୍ଲବୀ ପାଣ୍ଡେ, ଋକ୍ମଣୀ ସେଠ, ସନ୍ତୋଷ ବରିହା, ଅକୃର ବରିହା ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ମଂଚାସୀନ ଥିଲେ । ମଂଚାସୀନ ଅତିଥିଗଣ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଶିଶୁ ଦିବସର ଉଦେଶ୍ୟ ଜ୍ଞାପନ କରିବା ସହ ପଣ୍ଡିତ ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ସ୍କୁଲ ପୋଷାକ, ଜୋତା, ମୋଜା ଆଦି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସବୁକୁ ପ୍ରଧାନ ଶିକ୍ଷକ ମୁରଲିଧର ବେହେରା ଓ ସହକାରୀ ଶିକ୍ଷୟତ୍ରୀ ମଂଜରୀ ବେହେରା ପରିଚାଲନା କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଦନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post