ଓପିଜିସି ଅଧିକାରୀ ସଂଘ କର୍ମକର୍ତ୍ତାଙ୍କ ସହିତ ଶକ୍ତି ମନ୍ତ୍ରୀଙ୍କ ଆଲୋଚନା

0 1

ଭୁବନେଶ୍ୱର: ଆଜି ଓପିଜିସି ଅଫିସର୍ସ ସଂଘ ସହିତ ଶିଳ୍ପ, ଶକ୍ତି, ଏମ୍.ଏସ୍.ଏମ୍.ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଏକ ବୈଠକ ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ତଥା ଖଣ୍ଡପଡ଼ା ବିଧାୟକ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଓପିଜିସିର ଅର୍ଥ ନିର୍ଦ୍ଦେଶକ ଶ୍ରୀ ପ୍ରଭାକର ମହାନ୍ତି ଉପସ୍ଥିତ ଥିଲୋ

ଏହି ବୈଠକରେ ସଂଘ ତରଫରୁ ଉପସ୍ଥାପନ କରାଯାଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲାା ତନ୍ମଧ୍ୟରୁ ୭ତମ ବେତନ ଦେୟ, ବିଭିନ୍ନ ଭତ୍ତା, ପଦୋନ୍ନତି, ଦରମା ତାରତମ୍ୟ ଦୂରୀକରଣ ତଥା ଅତିରିକ୍ତ ବାର୍ଷିକ ଇନ୍କ୍ରିମେଣ୍ଟ ଏବଂ ପଦବିରେ ଅସଙ୍ଗତି ଆଦି ପ୍ରମୁଖ ଥିଲାା ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସହୃଦୟତାର ସହିତ ସମସ୍ୟାଗୁଡ଼ିକ ଶୁଣି ଓପିଜିସି ମ୍ୟାନେଜ୍ମେଣ୍ଟକୁ ଏହା ଉପରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ଉପଦେଶ ଦେଇଛନ୍ତିା ବିଧାୟକ ଶ୍ରୀ ପଟ୍ଟନାୟକ ତାଙ୍କ ମତ ରଖିବା  ସହ ଓପିଜିସି ଅଫିସର୍ସ ସଂଘର ଉକ୍ତ ଦାବି ଉପରେ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ରଙ୍କୁ ଅନୁରୋଧ କରିଥିଲୋ ଏହି ବୈଠକରେ ସଂଘ ତରଫରୁ ଶ୍ରୀ ଧନଞ୍ଜୟ ପ୍ରଧାନ, କୃଷ୍ଣଚନ୍ଦ୍ର ସାମନ୍ତରାୟ, ବାବା ମହାନ୍ତି, ଧରଣୀଧର ବେହେରା, କୃଷ୍ଣଚନ୍ଦ୍ର ମିଶ୍ର ଏବଂ ଚନ୍ଦନ କୁମାର ପରିଡ଼ା ଉପସ୍ଥିତ ଥିଲୋ 

Leave A Reply

Your email address will not be published.