ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ

0

padmapur; ଆଜି ନଭେମ୍ବର ୧୪ ତାରିଖରେ ଖଣ୍ଡସିବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ଦିବସ  ପାଳିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଛାତ୍ର ଯୁବ ସଙ୍ଘର୍ଷ ସମିତି ର ବରଗଡ଼ ଜିଲ୍ଲା ସଭାପତି ତଥା ଉକ୍ତ ବିଦ୍ଯାଳୟ ର ପୂର୍ବତନ ଛାତ୍ର ଶ୍ରୀ ପୌଲସ୍ତ୍ୟ ସାହା ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଏତତ୍ ବ୍ଯତୀତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମାନ୍ ହରିହର ହରିଜନ, ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ହୀରାଧର ମେହେର, ତୁଲସୀ ବିଭାର , ଦୀପାଞ୍ଜଳୀ ମହାନନ୍ଦ ପ୍ରଭ୍ରୁତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ନିଜର ସମ୍ଭାଷଣରେ ମୁଖ୍ୟଅତିଥି ଶ୍ରୀ ସାହା କହିଛନ୍ତି ଯେ “ଆଗାମୀ ଭବିଷ୍ୟତକୁ ଉଜ୍ଜ୍ବଳ କରିବା ପାଇଁ ତ୍ରୁଣମୂଳ ସ୍ତରରୁ ଶିଶୁ ଶିକ୍ଷାର ସର୍ବାଙ୍ଗୀନ ବିକାଶ କରିବା ଆବଶ୍ୟକ”। ଯଦି ଆବଶ୍ୟକ ହୁଏ ଯେତେ ସମ୍ଭବ ବିଦ୍ୟାଳୟର ଉନ୍ନତି ପାଇଁ ଆପ୍ରାଣ ଚେ଼ଷ୍ଟା କରିବି ବୋଲି ଶ୍ରୀ ସାହା ପ୍ରତିଶ୍ରୁତି ଦେଇଛନ୍ତି। ପରିଶେଷରେ ପ୍ରଧାନ ଶିକ୍ଷକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.