ପ୍ରଦେଶ କଂଗ୍ରେସ ପକ୍ଷରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

0

ଭୁବନେଶ୍ୱର (Shasak Prashasak) – ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ୱାଧିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ମାଷ୍ଟରକ୍ୟାଂଟିନ ଛକସ୍ଥିତ ନେହେରୁ ପାର୍କରେ ପଣ୍ଡିତ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ନେହେରୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ପଦ୍ମାକର ଗୁରୁ, ରଶ୍ମି ମହାପାତ୍ର, ମନୋଜ ଜେନା, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିଷ ସାହୁ, ବିଣାପାଣୀ ସାମଲ, ହଳଧର ସେଠୀ, ବିକ୍ରମ ସାହୁ, ଲିଙ୍ଗରାଜ ସାହୁ, ମନୋରଞ୍ଜନ ରାଉତରାୟ, ପ୍ରକାଶ ମିଶ୍ର, ଉଷାରାଣୀ ବେହେରା, ସ୍ୱାଧୀନବାଳା ଦାସ, ଜାନକୀ ମଲ୍ଲିକ, ଜୟକୃଷ୍ଣ ମଲିଆ, ରଜନୀ ମହାନ୍ତି, ତରୁଣ ମିଶ୍ର, ସଂଜୟ ମିଶ୍ର, କୈଳାସ ସାହୁ, ଦେଓ ପ୍ରସାଦ, ରାଜକିଶୋର ବାରିକ, ମାନସ ମଲ୍ଲିକ, ସୁଚନ୍ଦ୍ର ବାରିକ, ଦିପ୍ତିରାଣୀ ପ୍ରଧାନ, ସଂକୁନା କହଁର, ଶ୍ରୀୟାସ୍ମିତା ପଣ୍ଡା, ନିରୋଦ ବରଣ ଖୁଂଟିଆ, ମୁନି ଥାପ୍ପା, ଦେବେନ୍ଦ୍ର ପ୍ରସାଦ ଦାସ, ସାଗର ପରିଡ଼ା, ତାପସ ସେଠୀ, ନିରଞ୍ଜନ ନାୟକ, ସୌମ୍ୟ ମିଶ୍ର ପ୍ରମୁଖ ବହୁ ଯୁବ, ଛାତ୍ର, ମହିଳା ଓ ସେବାଦଳର କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.