“ଓଡିଶା ଠିକାଦାରଙ୍କ ପେଟକୁ ଲାତ ମାରୁଛନ୍ତି ରାଜ୍ୟ ସରକାର” 

0

 ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ରାସ୍ତା ଓ ଗୃହ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ନଭେମ୍ବର ୧ଠାରୁ ୨୦୧୪ରେ ସ୍ଥିରିକୃତ ସିଡ଼ୁ୍ୟଲ ରେଟକୁ ୨୦୧୯ରେ ବର୍ଦ୍ଧିତ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ କରାଯିବା, ଭାରତ ସରକାରଙ୍କ ଷ୍ଟାଣ୍ଡାଡର଼୍ ଡ଼ାଟା ବୁକର ତୁରନ୍ତ ପ୍ରଚଳନ କରାଯିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ପ୍ରଚଳିତ ୧୪.୯୯ ଲେସ ପ୍ରଥା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା, ଉଚ୍ଚ ନ୍ୟାୟାଳୟ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ସମ୍ପର୍କିତ ନିର୍ଦ୍ଦେଶନାମା ଅନୁସାରେ ଠିକାଦାରମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା,  ଶ୍ରମିକମାନଙ୍କେ ମଜୁରୀର ଉଚିତ ନିର୍ଦ୍ଧାରଣ ସହ ଠିକାଦାରମାନଙ୍କୁ ତତ୍ସମ୍ପର୍କିତ ପ୍ରାପ୍ୟ ପ୍ରଦାନ କରାଯିବା, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁସାରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା,  ପୂର୍ବ ବ୍ୟବସ୍ଥା ଅନୁସାରେ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ କରାଯିବା ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲିଟି ରସିଦ୍  ଦାଖଲ ନିର୍ଦ୍ଦେଶନାମାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆଦି ୧୦ ଦଫା ଦାବି ପୂରଣ ନିମନ୍ତେ ଆରମ୍ଭ ହୋଇଥିବା କାର୍ଯ୍ୟ ବନ୍ଦ ଆନେ୍ଦାଳନ ୧୩ ଦିନରେ ପହଁଞ୍ଚିଥିବା ବେଳେ ଆଜି ବାରିପଦାସ୍ଥିତ ମୟୂରଭଞ୍ଜ ରାସ୍ତା ଓ ଗୃହ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଧାରଣାରେ ବସିଥିଲେ ।  ଓଡ଼ିଶା ସରକାର ଠିକାଦାର ସଙ୍ଘର ଦାବି ପୂରଣ ନିମନ୍ତେ କର୍ଣ୍ଣପାତ କରୁନଥିବାରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଏବଂ ସମସ୍ତ ଉପଖଣ୍ଡସ୍ତରରେ ରହିଥିବା ସୁବର୍ଣ୍ଣରେଖା ଇରିଗେସନ, ମୟୂରଭଞ୍ଜ , ମାଇନର ଓ ଲିଫ୍ଟ ଇରିଗେସନ, ଆରଡବ୍ଲୁ୍ୟଏସଏସ, ପିଡବ୍ଲୁ୍ୟଡି, ମୁନିସିପାଲିଟି, ଆରଡ଼ି, ଏନଏସି ଆଦି ବିଭିନ୍ନ କାର୍ଯ୍ୟାଳୟରେ ପ୍ରାୟ ୩ ହଜାର କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟ ଠପ୍ ହୋଇଯାଇଛି ।  ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପ୍ରାୟ ୩ ହଜାରରୁ ଅଧିକ ସରକାରୀ ଠିକାଦାର ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏମାନଙ୍କ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭର କରୁଥିବା ଏକ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ପରିବାରକୁ ପ୍ରଭାବିତ କରାଇଛି । 

                ମୟୂରଭଞ୍ଜ ସରକାରୀ ଠିକାଦାର ଆସୋସିଏସନ ପକ୍ଷରୁ ଆଜିର ଏହି ବିକ୍ଷୋଭ ଓ ଧାରଣାରେ ପ୍ରଦୀପ କୁମାର ପାତ୍ର, ସତ୍ୟଜିତ ମହାନ୍ତି, ସଞ୍ଜୟ ଅଗ୍ରୱାଲା, ବିନୋଦ ବେହେରା, ସତ୍ୟରଞ୍ଜନ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ନନ୍ଦଲାଲ ମିଶ୍ର, ସରୋଜ ମହାକୁଡ଼, କୃଷ୍ଣ ଭୂଜବଳ, ବିଭାସ ବେହେରା , ଅଭିଶେକ ବେହେରା, ରଣଜିତ ମହାନ୍ତି, ସନ୍ତୋଷ ଗୋଚ୍ଛାୟତ, ପ୍ରିୟବ୍ରତ ଦାସ, ସ୍ୱରୂପ ମହାପାତ୍ର, ତାପସ ସାହୁ, ରବୀନ୍ଦ୍ର ପାଢ଼ୀ, ତ୍ରିଲୋଚନ ଗିରି, ସନ୍ତୋଷ ସାହୁ, ଅମର ପଟ୍ଟନାୟକ, ରଞ୍ଜିତ ସାହୁ, ଦୀପି ମିଶ୍ର, ସତ୍ୟବ୍ରତ ପଟ୍ଟନାୟକ, ସୁବ୍ରତ ପାତ୍ର, ସନ୍ଦୀପ ପତି, ମୁକୁଲ ଦାସ, ଲଳିତ ସେନ, କୁନା ମହାନ୍ତ, ଶ୍ରବଣ ଗୋପ, ଗୋପାଳ ପାତ୍ର, ଅଶୋକ ସ୍ୱାଇଁ , ମନୋଜ ଖଣ୍ଡେଲୱାଲ, ରାଜୀବ ଜେନା, ବିକାଶ ନାୟକ, ବାବୁ ଘୋଷ ପ୍ରମୁଖ ସାମିଲ ହୋଇଥିଲେ । 

 

Leave A Reply

Your email address will not be published.