ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା-୨୦୧୯ ଉଦ୍ଘାଟିତ : ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଲଣ୍ଡନ ବ୍ରିଜ ଓ ବେକିଙ୍ଗହମ୍ ପ୍ୟାଲେସ

0

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଭଞ୍ଜପୁର ମେଳା ପଡିଆରେ ଆୟୋଜିତ ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା-୨୦୧୯ ଆନୁଷ୍ଠାନିକ  ଭାବେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ଜଗଦ୍ଧାତ୍ରୀ ମେଳା କମିଟିର ଅଧ୍ୟକ୍ଷ ସୁଦାମ ମାର୍ଣ୍ଡିଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ  ମୟରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ୍ ପି. ପରମାର ଓ ପୂଜା କମିଟିର ଅଧ୍ୟକ୍ଷ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ  ଭାବେ ଶୁଭ ଉଦ୍ଘାଟନ କରିଥିବା ସମୟରେ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦର୍ପନାରାୟଣ ପାଲ୍, ମେଳା କମିଟିର ଉପାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ସାଂସ୍କୃତିକ ସମ୍ପାଦକ ପ୍ରତିମ ପଣ୍ଡା, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଏବଂ ଜଗଦ୍ଧାତ୍ରୀ ମେଳାର ଅନ୍ୟାନ୍ନ ସଭ୍ୟ ପ୍ରମୋଦ ମହାନ୍ତି, ସପନ ପଣ୍ଡା, ପ୍ରିୟବ୍ରତ ଦାସ, ବିଶ୍ୱମ୍ବର ସିଂ, ଋଷିରାଜ ପଟ୍ଟନାୟକ, ମାନସ ମହାନ୍ତି ଅଭିଳାସ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । 

ପ୍ରକାଶ ଥାଉକି ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ ଜଗଦ୍ଧାତ୍ରୀଙ୍କ ପୂଜାର ୬୭ ବର୍ଷ ତଥା ମେଳାର ୨୭ ବର୍ଷ ପାଳନ ଅବସରରେ ମେଳାରେ ପ୍ରାୟ ୩୫୦ରୁ ଉର୍ଦ୍ଧ ଷ୍ଟଲ ଲାଗିଛି । ଏହି ଉଦ୍ଘାଟନୀ ସଂନ୍ଧ୍ୟାରେ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ଉ.ପ୍ରା. ବିଦ୍ୟାଳୟ, ପାଇକବସା କେଜି ବି.ଭି., ଚାନ୍ଦୁଆ କେଜି ବି.ଭି.ର ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର, ସାଇ ସୋନାଲି, ଏମ୍.ସାଇଜିତ, ଏମ୍.ସାଇପ୍ରୀତି ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମୟରେ ସୋମନାଥ ସିଂ ମଞ୍ଚ ପରିଚାଳନା କରିଥିଲେ । ଚଳିତ ବର୍ଷ ମେଳାର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଲଣ୍ଡନ ବ୍ରିଜ ଓ ବେକିଙ୍ଗହମ୍ ପ୍ୟାଲେସ । 

 

Leave A Reply

Your email address will not be published.