ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡଗାଁରେ ବିଜେ ଶ୍ରୀଶ୍ରୀରଘୁନାଥ ଜିଉଙ୍କ କାଂଚି ଅଭିଯାନ ବେଶ ଦର୍ଶନ ପାଇଁ ଭୋର ୪ଟା ଠାରୁ ରାତି୧୧ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଭିଡ ଲାଗିରହିଥିଲା । ଶ୍ରୀକ୍ଷେତ୍ରାଧିପତୀ ଶ୍ରୀଜଗନ୍ନାଥ ଏବଂ ସ୍ୱର୍ଣ୍ଣ କଳସାଧିପତୀ ଶ୍ରୀରଘୁନାଥ ନିତୀରେ ସାମଞ୍ଜଶ୍ୟ ରହୁଥିବା ବେଳେ ରଘୁନାଥଙ୍କ ଭିତରେ ଜଗନ୍ନଥଙ୍କର ଲୀଳା ଓ ସ୍ୱରୁପକୁ ଦର୍ଶନ କରିବାଲାଗି ଆଜି ପଂଚୁକ ଅବସରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ଜିବା ଆସିବା ଲାଗିରହିଥିଲା । ପ୍ରଭୁ ରାମଚନ୍ଦ୍ର ଧଳାଘୋଡାରେ ଏବଂ ଲକ୍ଷଣ ଠାକୁର କଳାଘୋଡାରେ ଆରୋହଣ କରି ଗଜପତି ପୁରୁଷୋତମ ଦେବଙ୍କୁ ସହାୟାତା ପାଇଁ ଯୁଦ୍ଧ ଅଭିଯାନରେ ବାହାରିଥିବା ବେଳେ ବାଟରେ ମାଣିକ ଗୈାଡୁଣି ସହିତ ଭେଟ ଏବଂ ଦହିଖିଆ ଘଟଣାର ଦୃଶ୍ୟ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା । ପ୍ରତିବର୍ଷ କାର୍ତିକ ପୁର୍ଣ୍ଣୀମା ତିଥିରେ ପ୍ରଭୁରଘୁନାଥଙ୍କର ଏହି ବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣହୁଏ ବୋଲି ବିଶ୍ୱାସ ରହିଛି । ଆଜିର ପାଳିଆପଣ୍ଡା ମନୋଜ କୁମାର ନନ୍ଦ, ରାଜକିଶୋର ବାହିନିପତି ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ମନୋରଞ୍ଜନ ପାଇଁ ଭିନ୍ନ କ୍ଷମ କଳାକାର ମାନଙ୍କର ଏକ ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.