ଭୁବନେଶ୍ୱର : ଚାକିରୀ କ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ନେଇ ଓଡ଼ିଶା ନର୍ସିଂ ଆସୋସିଏସନର ଏକ ପ୍ରତିନିଧି ଦଳ ସଚିବାଳୟରେ ସ୍ୱାସ୍ଥ୍ୟ ସଚିବ ଡ. ପ୍ରମୋଦ ମେହେର୍ଦ୍ଧାଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ସଚିବ ଶ୍ରୀ ମେହେର୍ଦ୍ଧା ସବୁ ଦାବିଗୁଡ଼ିକ ସହୃଦୟତାର ସହ ଶୁଣିବା ସହିତ ଦାବିଗୁଡ଼ିକ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଆସୋସିଏସନ ପକ୍ଷରୁ ଜଣାଯାଇଛି ।
ବୁଧବାର ଦିନ ପୂର୍ବାହ୍ନରେ ଆସୋସିଏସନର ସାଧାର ସମ୍ପାଦିକା ପ୍ରଭାତୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲେ । ଆସୋସିଏନର ଦାବିଗୁଡ଼ିକ ହେଲା ନର୍ସିଂ ନିର୍ଦ୍ଦେଶାଳୟ ଶିକ୍ଷା ବିଭାଗକୁ ଡିଏମ୍ଇଟିଙ୍କୁ ନ ଦିଆଯାଇ ଗୋଟିଏ କମିଟି ଗଠନ କରାଯାଉ ଏଥିରେ ସେବିକାମାନଙ୍କର ବିଭିନ୍ନ ସମସ୍ୟା ଯେପରି କି କ୍ୟାଡ଼ର ରୁଲ୍, ପ୍ରମୋଶନ, ସର୍ଭିସି ସିନିୟରଟି, ଡ଼ିପିସି, ଆରଏସିପି, ଦରମା, ବିଭିନ୍ନ ପ୍ରକାର ଆଲାଉନ୍ସ ଯେପରିକି ଷ୍ଟଡ଼ି ଲିଭ୍, ନର୍ସିଂ ଆଲାଉନ୍ସ, ରିସର୍ଚ୍ଚ ଫେଲୋସିପ୍, ବି.ଏସ୍.ସି. ନର୍ସିଂ ଇନ୍କି୍ରମେଣ୍ଟ ଏବଂ ବିଭିନ୍ନ ପଦପଦବୀ ପୂରଣ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା । ନିକଟରେ ଏସ ସି ବି ମେଡ଼ିକାଲ କଲେଜର ୩୦ଜଣଙ୍କର ଛଅବର୍ଷ ଧରି ଠିକା କର୍ମ•ରୀ ଭାବେ କାର୍ଯ୍ୟକରିଥିବା ନର୍ସଙ୍କର କାର୍ଯ୍ୟ ନିୟମିତ କରାଗଲା । ଏହାପରେ ସ୍ୱାସ୍ଥ୍ୟ ସଚିବ ଡ. ମେହେର୍ଦ୍ଧା ଏକ କମିଟି ଗଠନ କରିଛନ୍ତି, ସେଥିରେ ଥିବା ସଦସ୍ୟମାନେ ହେଲେ ଡ଼ିଏମଇଟି, ପ୍ରିନସିପାଲ କଲେଜ ଅଫ ନର୍ସିଂ, ଡ଼ିଡ଼ିଏନ୍,ଟିଉଟର ଷ୍ଟାଫନର୍ସ, ଏନ୍ଏଚ୍ଏମ୍ କନ୍ସଲ୍ଟାଣ୍ଟ । ଏହି କମିଟି ମାଧ୍ୟମରେ ଥିବା ସମସ୍ତ ଅସୁବିଧାକୁ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା କାଳରେ ଡ. ମେହେର୍ଦ୍ଧାଙ୍କ ସମେତ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନ ପଣ୍ଡିତ, ସୁର୍ଜିତ୍ ଦାସ, ଡ଼ିଏମ୍ଇଟି, ପିତାମ୍ବର ଶତପଥୀ, ବସନ୍ତ ପଣ୍ଡା, କଲେଜ ଅଫ ନର୍ସିଂର ପ୍ରିନ୍ସପାଲ ରାଜଲକ୍ଷ୍ମୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଟିଏନ୍ଏଆଇର ସଭାପତି କାଜଲରାଣି ସିହ୍ନା ଓ ସମ୍ପାଦିକା ଫୁଲଣା ଦେବୀ ମଧ୍ୟ ଉପସ୍ଥିତ ଥିଲେ ।