ସିନାପାଲି ରୁ ନିରାକାର ମେହେର-ନୂଆପଡା ଜିଲ୍ଲା ସିନାପାଲି ବ୍ଲକସ୍ଥିତ ନିଲଜୀ ଓ ଗଡରାମାଲ ମିଳିତ ଅନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଳ ଟୁର୍ନାମେଣ୍ଟ ହେଇଛି ! ପ୍ରଥମେ ପଦ୍ମପୁର ଓ ନବରଙ୍ଗପୁର ସହିତ ଖେଳ ଆରମ୍ଭ ହେଇଥିବ ବେଳେ ଏହି ଖେଳରେ ପଦ୍ମପୁର 2-1ଗୋଲ ରେ ନବରଙ୍ଗପୁର କୁ ହରାଇ ବିଜୟୀ ପ୍ରାପ୍ତ କରିଥିଲା !ହେଲେ ଆଜି ମ୍ୟାଚ ର ଶେଷ ଦିନ ରେ ଫାଇନାଲ ଖେଳ କଳାହାଣ୍ଡି ସହିତ ପଦ୍ମପୁର ମଧ୍ୟ ରେ ହୋଇଥିଲା !ଫାଇନାଲ ଖେଳ ରେ ପଦ୍ମପୁର କୁ 2-1ଗୋଲ ରେ ପରାସ୍ତ କରି କଲାହାଣ୍ଡି ବିଜୟୀ ହୋଇଥିଲା !ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇଥିଲେ !ଓ ମୁଖ୍ୟ ବକ୍ତା ଭାବେ ଲମ୍ବୋଦର ନିଆଳି ଉପସ୍ଥିତ ଥିଲେ !ଆଜି ଫାଇନାଲ ମ୍ୟାଚ ଦେଖିବାପାଇଁ ହଜାର ହଜାର ଦର୍ଷକ ଉପସ୍ଥିତ ରହି ଏହି ମ୍ୟାଚ କୁ ଉପଭୋଗ କରିଥିଲେ !
Sign in
Sign in
Recover your password.
A password will be e-mailed to you.