ଉଦ୍ଜାପିତ  ହେଲା ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

0 1

(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ କନ୍ଧପଡ଼ା ପଞ୍ଚାୟତ ଅନ୍ତର୍ଗତ  ବରଡାକଟା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ଓ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ମିଳିତ ଆନୁକୁଲ୍ୟରେ ଆୟୋଜିତ ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍ଜାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବିଭିନ୍ନ ଗ୍ରାମର ଯୁବବର୍ଗଙ୍କ ଓ  କ୍ଲବ ସମେତ ବାସୁଦେବପୁର,ବେଲାଦୁଲା, କମ୍ପଲା,ବରଡାକଟା ଆଦି ଅନେକ ବିଦ୍ୟାଳୟର ଛାତ୍ରଛାତ୍ରୀ ମନେ ମଧ୍ୟ ଭାଗନେଇଥିଲେ I ଫୁଟବଲ, ଭୋଲିବଲ, ଉଚ୍ଚଡିଆଁ, ଲମ୍ବଡିଆଁ, ଦୌଡ଼  ଆଦି ଖେଳରେ ବାଳକ ବାଳିକା ମାନଙ୍କ ଭିତରେ  ପ୍ରତିଯୋଗିତା ହୋଇଥିଲା I ନିଜ ଅଞ୍ଚଳର ପ୍ରତିଭାମାନଙ୍କୁ ଆଗକୁ ବଢ଼ାଇବାର ଏକ ପ୍ରୟାସରେ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ  ବୋଲି ନେହେରୁ ଯୁବ କେନ୍ଦ୍ର ଅନୁଷ୍ଠାନର ଜାତୀୟ ସ୍ବେଛାସେବୀ ପ୍ରତାପ ମେହେର କହିଥିଲେ । ମୁଖ୍ୟ ଅତିଥି ଭାବରେ କନ୍ଧପଡା ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ, ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ବେହେରା, ଖେଳ ଶିକ୍ଷକ ସରୋଜ କୁମାର ପ୍ରଧାନ ପ୍ରମୁଖ ଯୋଗଦାନ କରି କୃତିତ୍ବ ଅର୍ଜୁନ କରିଥିବା ଖେଳାଳି ମାନଙ୍କୁ ମାନପତ୍ର ପ୍ରଦାନ କରିବା ସହିତ ପୁରସ୍କାର ବିତରଣ କରାଯାଇଥିଲା I ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ସ୍ବେଚ୍ଛାସେବୀ ଲକ୍ଷ୍ମୀ ବେହେରା , ସମେତ ମାଁ ମାଉଳୀ ଯୁବକ ସଂଘ ର ସଭାପତି ଇଶ୍ଵର ମେହେର , ସମ୍ପାଦକ ସରୋଜ ମେହେର , ସଦସ୍ୟ ସନାତନ ମେହେର , ପ୍ରଫୁଲ୍ଲ ମେହେର , କରୁଣାକର ମେହେର , ଦୁଃଖିଶ୍ୟାମ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.