ତାରାଙ୍କୁ ଅଦାଲତୀ ମାଡ, କାଟ ଖାଇଲା ପିଟିସନ

0

 

କଟକରୁ ସ୍ୱତନ୍ତ୍ର ପ୍ରତିନିଧି : କୋରାପୁଟ୍‌ ଜିଲ୍ଲା ଜୟପୁର ନିର୍ବାଚନୀ ମଣ୍ଡଳୀରୁ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଦ୍ୱାରା ଆଗତ ଏକ ନିର୍ବାଚନୀ ମାମଲା କୁ କାଏମ ରଖି କଂଗ୍ରେସର କୁଳିଆ ବିଧାୟକ ତାରା ବାହିନୀପତିଙ୍କ ଦ୍ୱାରା ଆଗତ ଏକ ପେଟିସନକୁ ଖାରଜ କରି ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ସୂଚନାଯୋଗ୍ୟ ଯେ ଶ୍ରୀ ନନ୍ଦ ବିଧାୟକ ଶ୍ରୀ ବାହିନୀପତିଙ୍କ ନାମରେ ମଧ୍ୟ ହାଇକୋର୍ଟରେ ଏକ ନିର୍ବାଚନୀ ମାମଲା ରୁଜୁ କରିଥିଲେ । ଏହି ମାମଲାରେ ହାଇକୋର୍ଟରେ ସାକ୍ଷ୍ୟ ଗ୍ରହଣ କରିସାରିଥିବା ବେଳେ ବେଳେ  ଶ୍ରୀ ନନ୍ଦଙ୍କ ଦ୍ୱାରା ଦାୟର ମାମଲା ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ବିଧାୟକ ଶ୍ରୀ ବାହିନୀପତି ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ତେବେ ସୋମବାରଦିନ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ଏହି ମାମଲାର ଶୁଣାଣି କରି ବିଧାୟକ ଶ୍ରୀ ବାହିନୀପତିଙ୍କ ପିଟିସନ୍‌କୁ ଖାରଜ କରିଦେଇଛନ୍ତି  । ଫଳରେ ଶ୍ରୀ ନନ୍ଦଙ୍କ ଦ୍ୱାରା ଦାୟର ପିଟିସନ୍‌ ଅନୁସାରେ ନିର୍ବାଚନୀ ମାମଲାର ଶୁଣାଣି ଜାରି ରହିବ ବୋଲି ଜଣାପଡିଛି  । 

 

Leave A Reply

Your email address will not be published.