ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘ ତରଫରୁ ନୟାଗଡ ସ୍ଥିତ “ସମର୍ପଣ’ ଜରାଶ୍ରମକୁ ଆର୍ଥିକ ସହାୟତା 

0 2

ଭୁବନେଶ୍ୱର (ଶାସକ ପ୍ରଶାସକ )ଅଲ୍ଓଡିଶାବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି  ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କ ଅନୁରୋଧ କ୍ରମେ ନୟାଗଡସ୍ଥିତ “ସମର୍ପଣ’ ଜରାଶ୍ରମ ପାଇଁ ୧୩ହଜାର ଟଙ୍କା ଆଦାୟ କରାଯାଇଥିଲା । ଆଜି ସଂଘର ପ୍ରତିଷ୍ଠାତା   ତଥା ଯୁବ ବିଜେଡି ରାଜ୍ୟ ସଭାପତି  ଅମରେଶ ପତ୍ରୀଙ୍କ ନେତୃତ୍ୱରେ ସଂଘର ଉପପ୍ରତିଷ୍ଠାତା   ତଥା ଯୁବ ବିଜେଡି ରାଜ୍ୟ ସଂପାଦକ ତାରିଣୀ ପ୍ରସାଦ ନାୟକ, ଉପ ପ୍ରତିଷ୍ଠାତା  ବାସୁଦେବ ସା, ଉପଦେଷ୍ଟା ଆଲୋକ କୁମାରବେହେରା,ଉପଦେଷ୍ଟା ତଥା ଯୁବବିଜେଡିରାଜ୍ୟସାଧାରଣସଂପାଦକ ଧ୍ରୁତି ରଞ୍ଜନ ମାର୍ଥା,ଏଓବିଏସ୍ଓର ମୁଖ୍ୟ ସଂଗଠକ ପବନ କୁମାରସ୍ୱାଇଁ, ଏଓଡିଏସ୍ଓର ମୁଖ୍ୟସଂଗଠକ ଅନନ୍ତ ନାରାୟଣଜେନା, ଏଓବିଏସ୍ଓ ସଭାପତି ଅଜୟ କୁମାର, ଚିନ୍ମୟ ଦାସ,ଜଗନ୍ନାଥ ସାମଲ, ସୁଭମସ୍ୱାଇଁ, ସାଧକ ହରିଜନ, ଅତୁଲ ପ୍ରସାଦ ସାମନ୍ତରାୟ, ସ୍ୱଦେଶ ନାୟକ, ପ୍ରଭାତ ପାଣିଗ୍ରାହୀ ଆଦି ଉପସ୍ଥିତ ରହି ମନ୍ତ୍ରୀଡଃ. ଅରୁଣକୁମାରସାହୁଙ୍କୁ ଭୁବନେଶ୍ୱରସ୍ଥିତ କୃଷିଭବନ ଠାରେ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।”ମାନବ ସେବା ହିଁ ମାଧବ ସେବା’ ଏହି ବାର୍ତ୍ତା ଦେଇ ଏଓବିଏସ୍ଓ ଓ ଏଓଡିଏସ୍ଓ ଏହି ଅଭିନବ ପ୍ରୟାସ ଆରମ୍ଭ କରିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି |

Leave A Reply

Your email address will not be published.