ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ  ସୁରଭୀ

0 2

ନୂଆପଡ଼ା,(ଅମିତ ପୁରୋହିତ) ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ସମଗ୍ର ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଶିଶୁ ମହୋସôବ ସୁରଭୀ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉସôବରେ କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାସିଂ ମାଝି, ଡିପିସି ତଥା କନଭେନର ଆଦିକନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପୂର୍ବାହ୍ନରେ ଅତିଥି ମାନେ ଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । କସ୍ତୁର୍ବା ଗାନ୍ଧି ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତା ଗାନ କରିଥିଲେ । ଅପରାହ୍ନରେ ଡିଇଓ ଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ଉଦ୍ୟାପନୀ ଉତ୍ସବରେ ଡିପିସି ଶ୍ରୀ ଦାସ, ସଦର ବିଇଓ ରେଶମଲାଲ ନାଏକ, ବୋଡେନ ବିଇଓ ଇନ୍ଦ୍ରମଣୀ ପାଣିଗ୍ରାହୀ, ଖଡ଼ିଆଳ ବିଇଓ ଜଗଦୀଶ ଖମାରୀ, ଜିଲ୍ଲା ଶିଶୁ ସୁରକ୍ଷା ସମିତି ସଦସ୍ୟ ଅଶ୍ୱିନୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ନାଚ,ଗୀତ,ଚିତ୍ରାଙ୍କନ,ପତ୍ରଲିଖନ,ସୁନ୍ଦର ହସ୍ତାକ୍ଷର, ବକ୍ତୃତା, ମଧ୍ୟାହ୍ନ ଭୋଜନ ଭଳି ପ୍ରତିଯୋଗୀତର କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ । ଶଙ୍କର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିଲା ବେଳେ  ହେମନ୍ତ ଭୋଇ, କମଳ କୁମ୍ଭାର, ପ୍ରତାପ ପାତ୍ର, ଅଭିନାଶ ମିଶ୍ର, ପବିତ୍ର ନାହକ, ଶିବ ସ୍ୱାଇଁ,  ନିଖିଲ ଓଝା, ମନୋଜ ପାତ୍ର, ପ୍ରିୟଦର୍ଶନୀ ମିଶ୍ର, ବିନୋଦ ଠାକୁର, କିଶୋର ପରିଡା, ଲୋକେଶ ସେଠି, ଦିନବନ୍ଧୁ କୁମାର, ସୋମନାଥ ଗଡତିଆ, କାର୍ତ୍ତିକ ବିଶ୍ୱାଲ, ଉପେନ୍ଦ୍ର ସାମଲ, ସାଲେଭାଟା ସ୍କୁଲ ସହ ଶିକ୍ଷୟତ୍ରୀ ସରସ୍ୱତୀ ଶବର, ପ୍ରମୁଖ ସହଯୋଗ କରିଥିଲୋ । ଏହି ଅବସରରେ ଉକୃଷ୍ଟ ଶିକ୍ଷା ପାଇଁ ୨୩୬ ସ୍କୁଲକୁ ପୁରଷ୍କୃତ କରାଯାଇଥିଲା । 

 

Leave A Reply

Your email address will not be published.