ନୂଆପଡ଼ା : ଆହାର ଖାଇଲେ, ଯୋଜନାର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ 

0 2

ନୂଆପଡ଼ା(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଆଜି ଦିନିକିଆ ଗ୍ରସ୍ତରରେ ନୂଆପଡ଼ା ଜିଲ୍ଲାକୁ ଆସିଥିଲେ । ଖଡ଼ିଆଳ, କୋମନା ଓ ନୂଆପଡ଼ା ବ୍ଲକର ଅଙ୍ଗନ ୱାଡି କେନ୍ଦ୍ର, ସ୍ୱଧାରଗୃହ ସହ ସ୍ୱଂୟ ସହାୟକ ମହିଳା ସଂଗଠନର କାମ ପରିଦର୍ଶନ କରିଥିଲେ । ମଧ୍ୟାହ୍ନରେ ଖଡ଼ିଆଳ ଓ ଜିଲ୍ଲା ସଦର ମହକୁମା ସ୍ଥିତ ଆହାର କେନ୍ଦ୍ରରେ ଆହାର ଖାଇଥିଲେ । ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ , ମମତା, ମିଶନଶକ୍ତି ଯୋଜନାର ସମୀକ୍ଷା କରିଥିଲେ । 

 ପୂର୍ବାହ୍ନରେ ଖଡ଼ିଆଳ ଠାରେ ମନ୍ତ୍ରୀ ପହଂଚିଥିଲେ । ଅରେଡା, ଜୁନାନୀ, ପଦ୍ମପୁର ଗାଁର ଅଙ୍ଗନ ୱାଡି କେନ୍ଦ୍ର ପରିଦର୍ଶନ କରିଥିଲେ । ପରେ ନବପ୍ରଭା ମୁକ୍ତ ବିଦ୍ୟାଳୟ ପରିଦର୍ଶନ କରି ଆହାର କେନ୍ଦ୍ରରେ ଆହାର ଖାଇଥିଲେ । ମଧ୍ୟାହ୍ନରେ କୋମନା ସ୍ଥିତ ଚେତନା ମହିଳା ସଂଗଠନର ସ୍ୱଧାର ଗୃହ ପରିଦର୍ଶନ କରିଥିଲେ । ସେଠାରେ ମହାଲକ୍ଷ୍ମୀ ମହିଳା ସମିତିର ଛତୁଆ କେନ୍ଦ୍ରକୁ ଯାଇ ଛତୁଆର ମାନ ଦେଖିଥିଲେ । ସେଠାରୁ ଜିଲ୍ଲା ସଦର ମହକୁମା ଆହାର କେନ୍ଦ୍ରକୁ ଯାଇ ଆହାର ଖାଇଥିଲେ । ଆହାର ମାନ ଦେଖିବା ସହ ଲୋକଙ୍କୁ ଆହାର ମାନ ଉପରେ ପଚାରି ବୁଝିଥିଲେ । ସେଠାରୁ ୱାନ ଷ୍ଟପ ସେଣ୍ଟର ସାକ୍ଷୀ କେନ୍ଦ୍ର ପରିଦର୍ଶନ କରିଥିଲେ । ସେଠାରେ ସାକ୍ଷୀ କେନ୍ଦ୍ର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟ ବେହେରା, ଉପାଧ୍ୟକ୍ଷ ଭାନୁପ୍ରତାସିଂ ମାଝି, ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷା ଭଗବତୀ ପଟେଲ, ଜିଲ୍ଲା ଯୁବ ବିଜେଡି ପୂର୍ବତନ ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ, ବିଜେଡି ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା, ରମାକାନ୍ତସିଂ ଠାକୁର, ନିଶାନ୍ତ ଡାଗା ପ୍ରମୁଖ ଉପସ୍ଥିତ ଥିଲେ । ଅପରାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ବିଦ୍ୟୁଲତା ପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଫାଇନାନ୍ସ) ମଧୁଛନ୍ଦା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ଜିଲ୍ଲାର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ,ମମତା, ମିଶନ ଶକ୍ତି ଭଳି ଯୋଜନା କାର୍ଯ୍ୟକାରୀ ଉପରେ ସମୀକ୍ଷା କରିଥିଲେ ମିଶନ ଶକ୍ତିରେ ଜିଲ୍ଲାର ଅଧିକାରୁ ଅଧିକ ମହିଳା ସାମିଳ ହୋଇ ସ୍ୱବଳମ୍ବୀ ହୋଇ ପାରିବେ,ସେଥି ପ୍ରତି ସମସ୍ତେ ସଜାଗ ହେବାକୁ ନିର୍ଦ୍ଦେଶ  ଦେଇଥିଲେ । ପଛୁଆ ନୂଆପଡ଼ା ଜିଲ୍ଲାକୁ ଅଗ୍ରାଧିକାର ଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସାଧିତ ହେବ ସେ ଆମ ସରକାର ଚେଷ୍ଟା କରିବ । ସମସ୍ତେ ମିଳିମିଶି ଅପପୃଷ୍ଟିକୁ ଦୂର କରି ଆମ ସରକାରକୁ ସଫଳ କରିବା ବୋଲି ଆହ୍ୱାନ ଦେଇଥିଲେ । ଅଙ୍ଗନ ୱାଡି କର୍ମୀ ଓ ସୁପର ଭାଇଜର ମାନଙ୍କ ପଦୋନ୍ନତି ପାଇଁ ଏକ ଦାବୀ ପତ୍ର ଦେଇଥିଲେ । ଡିସିପିଓ ବଳଦେବ ରଥ, ସିଏସଓ ଅଶୋକ ଦାସ ସମେତ ମିଶନ ଶକ୍ତି ଓ ମମତା ଯୋଜନାର ଜିଲ୍ଲା ସଂଯୋଜକ, ସମସ୍ତ ବ୍ଲକର ସିଡିପିଓ, ସୁପର ଭାଇଜର ଉପସ୍ଥିତ ଥିଲେ । ସମୀକ୍ଷା ବୈଠକ ସାରି ଟିଟିଲାଗଡ ଅଭିମୁଖେ ଯାତ୍ରା କରିଥିଲେ ।   

Leave A Reply

Your email address will not be published.