ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ସାହୁ କଲ୍ୟାଣ ମଣ୍ଡପ ଠାରେ ତୈଳିକ ବୈଶ୍ୟ ସହୁ ସମାଜ ତରଫରୁ ନବ ନିର୍ବାଚିତ ବିଧାୟିକା ରିତା ସାହୁ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ସୁବାଷ ଚୌହାନ ଏବଂ ଏପିକଲ ଅଧ୍ୟକ୍ଷ ପ୍ରଭାତ ଆଦିତ୍ଯ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସର୍ବ ପ୍ରଥମେ କଳଙ୍ଗାପାଳି ସ୍ଥିତ ପାଟଣେଶ୍ବରୀ ମନ୍ଦିରରେ ଦେବୀଙ୍କ ପୂଜାର୍ଚନା ପରେ ଅତିଥି ମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ କଲ୍ୟାଣ ମଣ୍ଡପ ପରିସରକୁ ଅଣାଯାଇଥିଲା। ସମାଜର ସଭାପତି ଶ୍ରୀଯୁକ୍ତ ଚୈତନ୍ଯ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ସଂପାଦକ ଡୋଲାମଣି ସାହୁ ଧାରାବିବରଣୀ ପଠନ କରିଥିଲେ।ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ,କୀର୍ତ୍ତନ ଦାସ,ସଂଜୀବ ପଣ୍ଡା,ମନୋଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଶ୍ରୀ ଚୌହାନ ତାଙ୍କ ବକ୍ତବ୍ଯରେ ଗାଇସିଲେଟ ବ୍ଲକରେ ଅଙ୍ଗ ନଦୀରୁ ବିଭିନ୍ନ ଗ୍ରାମକୁ ଚାଷ ଜମିପାଇଁ ଜଳସେଚନ,ନଳକୂପରେ ଫ୍ଲୋରାଇଟ ଯୁକ୍ତ ପାଣି ବାହାରୁଥିବା ବିଭିନ୍ନ ଗ୍ରାମ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ଦାଦନ ସମସ୍ୟାର ସମାଧାନ କରିପାଇଁ ମତ ଦେଇଥିଲେ।ସାହୁ ସମାଜ ତଥା ଗାଇସିଲେଟ ବ୍ଲକ ର ଯୁବପିଢି ଯଦି ଆଗ୍ରହୀ ଥିବେ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ମୂଳକ କାର୍ଯ୍ୟ ତଥା ପଶ୍ଚିମ ଓଡିଶାର ବିଭିନ୍ନ ଉନ୍ନୟନ ମୂଳକ କାମରେ ତାଙ୍କ ତରଫରୁ ସାମିଲ କରାଯାଇ ରୋଜଗାର କ୍ଷମ କରିପାରିବେ ବୋଲି ମତ ଦେଇଥିଲେ ।ଶେଷରେ ରୁଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.