ବିଜେଡିରେ ଯୋଗଦେଲେ ଭି. ରବିନାରାୟଣ ରାଜୁଙ୍କ ସହ ୫୦୦ରୁ ଉର୍ଧ୍ଵ  କଂଗ୍ରେସ କର୍ମୀ

2

ଭୁବନେଶ୍ୱର,(ଶାସକ ପ୍ରଶାସକ) : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଦିଗପହଣ୍ଡି ଏନ୍ଏସିର ଦୁଇ ଦୁଇଥର ଅଧ୍ୟକ୍ଷ ହୋଇଥିବା କଂଗ୍ରେସର ଭି. ରବିନାରାୟଣ ରାଜୁ ଏବଂ ୫୦୦ରୁ ଊଦ୍ଧ୍ୱର୍ କଂଗ୍ରେସ କର୍ମୀ ଆଜି ନବୀନ ନିବାସ ଆସି ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ  ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଂପାଦକ ତିରୁପତି ପାତ୍ର, ପୂର୍ବତନ କାଉନ୍ସିଲର ନୀର ସେଠୀ, ଶିବ ପ୍ରଧାନ, ସଦାନନ୍ଦ ଦୋରା, ରମେଶ କୁଣ୍ଡୁ, ସଦାନନ୍ଦ ସାହୁ, ରବି ଚାନ୍ଦ ପ୍ରମୁଖ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ନେତା ଓ କଂଗ୍ରେସ କର୍ମୀଙ୍କୁ  ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଛନ୍ତି ଯେ ଆଜି ବିଜୁ ଜନତା ଦଳରେ ଦିଗପହଣ୍ଡି ଏନ୍ଏସିର ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଦିଗପହଣ୍ଡି ଏନ୍ଏସି ସହିତ ଗଞ୍ଜାମ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଯୋଗଦାନ କାର୍ଯ୍ୟକ୍ରମରେ ସାଂସଦ ଚନ୍ଦ୍ର ଶେଖର ସାହୁ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବିଜେଡି ନେତା ମାଗି ସେଠୀ, ଶିବ ଶଙ୍କର ଗୌଡ଼, କାହ୍ନୁ ପଟ୍ଟନାୟକ, ପ୍ରଦୀପ୍ତ କୁମାର ପଟ୍ଟନାୟକ, ଦୀନବନ୍ଧୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.