ଅମିତ ଶାହଙ୍କ ବକ୍ତବ୍ୟ ଗାଲୁଆଙ୍କ ବାରବାଟୀ ଚାଷ : ବିଜେଡି 

0

 

ଓଡ଼ିଶାବାସୀଙ୍କ ଉପରେ ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ପଡିବ ନାହିଁ

ଓଡ଼ିଶାରେ ନିର୍ବାଚନ ଫଳ କଣ ହେବ, ବିଜେପୁର ଫଳ ତାହାର ଟ୍ରେଲର 

01-03-18-bijepur.jpg - 588.20 kB

ଭୁବନେଶ୍ୱର : ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଉତ୍ତମ ଫଳ ପ୍ରଦର୍ଶନ କରିଥିବାରୁ ୨୦୧୯ରେ ଓଡ଼ିଶାରେ ଏହି ଦଳ ସରକାର ଗଢ଼ିବ ବୋଲି ଅମିତ ଶାହ କହିବା କେବଳ ‘ଗାଲୁଆଙ୍କ ବାରବାଟୀ ଚାଷ’ ବ୍ୟତୀତ ଆଉ କିଛି ନୁହେଁ । ସେ କହିଛନ୍ତି, ଉପରୋକ୍ତ ରାଜ୍ୟରେ ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ମୋହର ଦେଇଛନ୍ତି ଓ ଏହା ଯଦି ସତ୍ୟ, ତେବେ ଓଡ଼ିଶା ବିଧାନସଭାର ବିଜେପୁର ଉପ-ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଭୋଟର୍‍ମାନେ ମୋହର ନଲଗାଇଲେ କାହିଁକି ବୋଲି ବିଜେଡି ପ୍ରଶ୍ନ କରିଛି । ଅମିତ ଶାହ ଭୁଲିଯାଉଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଯୋଗୁ ୫ମଥର ମଧ୍ୟ ଇତିହାସ ଯାହା ଥିଲା, ତାହା ରହିବ । ୨୦୧୯ ନିର୍ବାଚନର ଏହା ଏକ ଟ୍ରେଲର୍‍ ବୋଲି ଶାହ କହିବା ଓଡ଼ିଶା ଦୃଷ୍ଟିକୋଣରୁ ଏଥିପାଇଁ ଠିକ୍‍ ଯେ ବିଜେପୁର ଉପ-ନିର୍ବାଚନ ଜଣାଇ ଦେଇଛି, ବର୍ଷକ ପରେ ଆସୁଥିବା ସାଧାରଣ ନିର୍ବାଚନରେ ବିଜେଡି ଇତିହାସର ପୁନରାବୃତ୍ତି କରିବ । ଓଡ଼ିଶାବାସୀଙ୍କ ଉପରେ ତ୍ରିପୁରା ଓ ନାଗାଲାଣ୍ଡ ନିର୍ବାଚନ ଫଳାଫଳର କୌଣସି ପ୍ରଭାବ ପଡିବ ନାହିଁ । ଅମିତ ଶାହ ଯଦି ଦିବାସ୍ୱପ୍ନ ଦେଖୁଥାନ୍ତି, ତେବେ ଦେଖିବାର ମନା ନାହିଁ କିମ୍ବା ‘ମୁଙ୍ଗେରଲାଲ୍‍’ ହେବାରେ ଅସୁବିଧା ନାହିଁ । କିନ୍ତୁ ଓଡ଼ିଶାବାସୀ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ଥିଲେ, ଅଛନ୍ତି ଓ ରହିବେ, ଯାହାର ଜ୍ୱଳନ୍ତ ପ୍ରମାଣ ବିଜେପୁର ଉପ-ନିର୍ବାଚନ ଫଳାଫଳରୁ ମିଳିସାରିଛି ।

Leave A Reply

Your email address will not be published.