ବିଜେପୁରରେ ଶଙ୍ଖର ନିର୍ଘୋଷ, ତୁଟିଲା ପଦୁଅଁ ଫୁଟିବା ଆଶ 

0

 ଧର୍ମେନ୍ଦ୍ର ନିରାଶ, ନବୀନଙ୍କ ମୁହେଁ ହସ 

୪୧, ୯୩୩ ଭୋଟ ବ୍ୟବଧାନରେ ଜିତିଲେ ରୀତା, ବିଜେଡି ଶିବିରରେ ଖୁସିର ଲହରୀ 

28-02-18-bije.jpg - 420.17 kB

ମହାରଥୀଙ୍କ ସନ୍ୟାସ ନୋହିଲା, ତେବେ ଲଣ୍ଡା ହେବ କଥା କଣ ହେବ 

ଗତକାଲି ସୂଚନା ଭବନ ଖଟିରେ ଯୁବ ବିଜେଡିର ଜଣେ ଉପ ସଭାପତି ଜଗନ୍ନାଥ ଦାସକୁ ଆମ ସାମ୍ବାଦିକ ପଚାରିଥିଲେ ବିଜେଡି କେଟେ ଭୋଟ ରେ ଜିତିବ !!! ସେ ତୁରନ୍ତ କହିଥିଲେ ୩୦୦୦୦ରୁ ଅଧିକ ଭୋଟରେ | ଲାଗିଲା ସେ ଟିକେ ପବନ କରିଦେଲେ | ଭୋଟ ଯେତେବେଳେ ୭୯% ପୋଲିଂ ହୋଇଛି ଯେତେବେଳେ ସରକାରଙ୍କ ବିରୋଧରେ ଯିବାର ବହୁତ ଆଶଙ୍କା ଅଛି | ହେଲେ ଏମାନେ ବିଜେପିର ଜଣେ ନେତା ବି କହିଛନ୍ତି ବିଜେପିର ମିଶନ ୧୨୦ ବିଜେପୁର ରୁ ଆରମ୍ଭ ହେବ ବୋଲି | ସେପଟେ  କଂଗ୍ରେସ ନେତାଏ ଭୋଟ କୁଆଡେ ବିକି ଦେଇଛନ୍ତି ବୋଲି ହଲା ହେଉଛି ! ଆଉ ଜଣେ ବିଜେଡି ସମର୍ଥକଙ୍କୁ ପଚାରିଲୁ, ସେ କହିଲେ ଯେ ୮ରୁ ୧୫ ହଜାର  ଭିତରେ ବିଜେଡି ଜିତିପାରେ | ସେଠାରେ ଜଣେ ଭଦ୍ରବ୍ୟକ୍ତି ଚା ପିଉ ପିଉ ଉପରେ ପଡି କହିଲେ ଯେ ବିଜେପି ଏଥର ବିଜେଡ଼ିକୁ ପାଣି ପିଆଇଛି | ଅବଶ୍ୟ ଭୋଟ ବେଳେ ସେଇଆ ବି ଲାଗୁଥିଲା | ପ୍ରଥମଥର ପାଇ ବିଜେଡ଼ିକୁ ଟକ୍କର ଦେବା ଭଳି ପରିସ୍ଥିତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା, ଆଉ କେହି ମାନନ୍ତୁ ନମାନନ୍ତୁ ବିଜେପି ବିଜେଡିର ନିଦ ହଜାଇଦେଇଥିଲା | ସେମାନଙ୍କର ଗଣ୍ଡାଗଣ୍ଡା କେନ୍ଦ୍ର ମନ୍ତ୍ରୀଙ୍କୁ ଡଜନେ ଖଣ୍ଡେ ଷ୍ଟାର, ଏପଟେ ବିଜେଡିର ଡଜନେ ମନ୍ତ୍ରୀ ଦି ତିନି ଡଜନ ବିଧାୟକ ବିଜେପୁରରେ ବିଜେ ହୋଇ ପୁରା ଆଣ୍ଠେଇ ପଡ଼ିଥିଲେ | ପଇସା ବି ପାଣି ପରି ବହିଥିଲା | ପାଖାପାଖି ସମାନ ସ୍ତରର ଲଢେଇ ଛକାଛକି ଚାଲିଥିଲା ଭୋଟ ପର୍ଯ୍ୟନ୍ତ | ମତଦାନ ବି ଆଖିଦୃଶିଆ ହୋଇଥିଲା | ଲାଗୁଥିଲା ବେଶୀ ମାର୍ଜିନ ରହିବନି | ହେଲେ ଫଳ ବାହାରିବା ପରେ ଯାହା ଦେଇକହିବାକୁ ମିଳିଲା ତାହା ସବୁ ପୂର୍ବାନୁମାନକୁ ଗୋଳମାଳ କରିଦେଲା | 

କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ହୋଇଥିବା ଉପନିର୍ବାଚନରେ ତାଙ୍କ ଧର୍ମ ପତ୍ନୀ ତଥା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩  ଭୋଟର ବିପୁଳ ବ୍ୟବଧାନରେ ପରାଜିତ କରିଛନ୍ତି ! ବିଜେପୁର ଉପନିର୍ବାଚନ ପାଇଁ ହୋଇଥିବା ମତଦାନରେ  ବିଜେଡି-୧,୦୨ , ୮୭୧ ଭୋଟ ପାଇଥିବା ବେଳେ  ବିଜେପି  ୬୦ , ୯୩୮  ଓ ଅତ୍ୟନ୍ତ ଶୋଚନୀୟ ଭାବେ  କଂଗ୍ରେସ ୧୦,୨୭୪  ଭୋଟ ପାଇ ତୃତୀୟ ସ୍ଥାନରେ ରହିଛି | ସବୁ ଦୃଷ୍ଟିରୁ ଚର୍ଚିତ ହୋଇ ପଡିଥିବା ଉପନିର୍ବାଚନ ଏଭଳି ଢଙ୍ଗରେ ଲଢ଼ଯାଇଥିଲା ଓ  ଏଭଳି ଘଟଣା-ଦୁର୍ଘଟଣା ବହୁଳ ଥିଲା ଯେ ବୋଧ ହୁଏ ଓଡିଶା ଗଣତନ୍ତ୍ର ଇତିହାସରେ ଏମିତି କୌଣସି ଉପନିର୍ବାଚନ ଲଢ଼ଯାଇନାହିଁ ବା ଭବିଷ୍ୟତରେ ଲଢ଼ଯାଇ ନପାରେ |

ସକାଳ ୮ଟା ରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡିକୁ ୫୬୭୫ ଭୋଟ, ବିଜେପିକୁ ୨୬୭୯ ଭୋଟ, କଂଗ୍ରେସକୁ ୩୧୫ ଭୋଟ ମିଳିଥିଲା। ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୧୬୭୬, ବିଜେପି ୫୯୧୦ ଓ କଂଗ୍ରେସକୁ ୬୮୩ ଖଣ୍ଡ ଭୋଟ ମିଳିଥିଲା । ୩ ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୭୩୮୭, ବିଜେପିକୁ ୯୮୦୦, କଂଗ୍ରେସକୁ ୯୪୮ ଖଣ୍ଡ ଭୋଟ ମିଳିଥିଲା । ୪ ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୩୦୫୪, ବିଜେପିକୁ ୧୪୧୭୫, କଂଗ୍ରେସକୁ ୧୪୨୫ ଖଣ୍ଡ ଭୋଟ ମିଳିଛି । ୫ ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୨୮୬୨୧, ବିଜେପିକୁ ୧୬୬୨୮, କଂଗ୍ରେସକୁ ୧୭୬୨ ଖଣ୍ଡ ଭୋଟ ମିଳିଥିଲା । ୬ଷ୍ଠ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୩୩୭୭, ବିଜେପିକୁ ୨୦୫୭୯, କଂଗ୍ରେସକୁ ୧୮୭୭ ଖଣ୍ଡ ଭୋଟ ମିଳିଥିଲା । 7ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୮୮୧୪, ବିଜେପିକୁ ୨୩୭୩୯, କଂଗ୍ରେସକୁ ୨୦୮୩ ଖଣ୍ଡ ଭୋଟ ମିଳିଥିଲା । ୮ ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୪୫୦୪୪, ବିଜେପିକୁ ୨୫୯୮୯, କଂଗ୍ରେସକୁ ୨୨୬୩ ଖଣ୍ଡ ଭୋଟ ମିଳିଥିଲା । ଏମିତି ଚାଲି ଚାଲି ୧୩ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୧୪୫୪, ବିଜେପିକୁ ୪୦୨୨୬, କଂଗ୍ରେସକୁ ୩୫୨୭ ଖଣ୍ଡ ଭୋଟ ମିଳିଥିଲା । ୧୪ତମ  ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୭୫୭୪୦, ବିଜେପିକୁ ୪୩୧୬୧, କଂଗ୍ରେସକୁ ୩୭୫୫ ଖଣ୍ଡ ଭୋଟ ମିଳିଥିଲା । ୧୫ତମ  ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୮୧୪୮୮, ବିଜେପିକୁ ୪୫୧୯୦, କଂଗ୍ରେସକୁ ୪୬୦୮ ଖଣ୍ଡ ଭୋଟ ମିଳିଥିଲା ।  ରାଉଣ୍ଡ ୧୬ ଶେଷ ବେଳକୁ  ବିଜେଡିକୁ ୮୪୯୬୯, ବିଜେପିକୁ ୪୮୧୮୨, କଂଗ୍ରେସକୁ ୬୪୫୧ ଖଣ୍ଡ ଭୋଟ ମିଳିଥିଲା । ସତରତମ ରାଉଣ୍ଡ  ଶେଷ ସୁଦ୍ଧା ବିଜେଡିକୁ ୮୮୯୨୯, ବିଜେପିକୁ ୫୧୭୯୧, କଂଗ୍ରେସକୁ ୭୨୧୩ ଖଣ୍ଡ ଭୋଟ ମିଳିଥିଲା । ୧୮ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୩୨୮୩, ବିଜେପିକୁ ୫୫୦୧୫, କଂଗ୍ରେସକୁ ୭୯୧୪ ଖଣ୍ଡ ଭୋଟ ମିଳିଥିଲା । ୧୯ ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୯୭୭୨୪, ବିଜେପିକୁ ୫୭୪୭୬, କଂଗ୍ରେସକୁ ୮୯୩୪ ଖଣ୍ଡ ଭୋଟ ମିଳିଥିଲା । ୨୦ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୦୧୪୩୫, ବିଜେପିକୁ ୫୯୮୯୬, କଂଗ୍ରେସକୁ ୧୦୧୫୩ ଖଣ୍ଡ ଭୋଟ ମିଳିଥିଲା ।

 ହେଲେ ଗୋଟିଏ କଥା, ମହାରଥୀ ମହୋଦୟ ରାଜନୀତିରୁ ସନ୍ୟାସ ନେବାରୁ ଉଦ୍ଧାର ପାଇଗଲେ | କାରଣ ସେ କହିଥିଲେ ବିଜେଡି ହାରିଲେ ରାଜନୀତିରୁ ସନ୍ୟାସ ନେଇଯିବେ | କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ କିନ୍ତୁ ଆଉ ପାଦେ ଆଗକୁ ଯାଇ କହିଥିଲେ ବିଜେପି ହାରିଲେ ସେ କୁଆଡେ ଲଣ୍ଡା ହେବେ | କେବଳ ଏତିକି  ନୁହେଁ ଆହୁରି ଅନେକ  ନିମ୍ନସ୍ତର ଆଉ ଅରୁଚିକର ମନ୍ତବ୍ୟ ର ଆଦାନ ପ୍ରଦାନ ହୋଇଥିଲା ବିଜେପି ଓ ବିଜେଡି ମଧ୍ୟରେ, ଯାହାକି ଅତ୍ୟନ୍ତ ଲଜ୍ଜ୍ୟାଜନକ | କିଏ ସନ୍ୟାସ ନେଉ କି ନ ନେଉ ବା ଲଣ୍ଡା ହେଉ କି ନ ନେଉ, ଯେଉଁଭଳି ଭାବେ ଅରୁଚିକର ମନ୍ତବ୍ୟରେ ବୁଡିରହିଥିଲା ନିର୍ବାଚନୀ ମାହୋଲ, ଯେମିତି ହିଂସାରେ ରକ୍ତାକ୍ତ ହୋଇଥିଲା ନିର୍ବାଚନ, ଯେମିତି ଅଶୋଭନୀୟତାର ସୀମା ଟପିଥିଲା ନେତା ମାନଙ୍କ  ଆଚରଣ, ତେଣୁ ଗୋଟାଏ କଥା କୁହାଯାଇ ପରେ….ସେମାନଙ୍କୁ ଭଗବାନ ସଦବୁଧି ଦିଅନ୍ତୁ |

ହେଲେ ମାନିବାକୁ ପଡିବ ବିଜେଡିର ଫ୍ଲୋର ମ୍ୟାନେଜମେଣ୍ଟ ଆଉ ଯୁଦ୍ଧ ପରିଚାଳନାକୁ | କାରଣ ଯୁଦ୍ଧ ପ୍ରେମ ଆଉ ରାଜନୀତିରେ କୌଣସିବି ପଦକ୍ଷେପ ବେନିୟମ ନୁହେଁ ! ଶତ୍ରୁ ପକ୍ଷକୁ ଦୁର୍ବଳ କରିବା ପାଇଁ ବା ଶତ୍ରୁକୁ ପରାଜୟର ପ୍ରଭାବ ଦେବା ପାଇଁ ଯାହା କିଛି କରାଯାଇପାରେ ତାହା  ସବୁ ଠିକ ଆଉ ଆବଶ୍ୟକ ଯୁଦ୍ଧ ପାଇଁ | କାରଣ ମୈଦାନ ଛାଡି ଚାଲିଆସିବ ଲୋକକୁ ପଳାତକ ବୋଲି ଇତିହାସ କହେ | ବିଜୁ ଜନତା ଦଳର ମାପଚୁପ ପଦକ୍ଷେପ ଶେଷରେ ସଫଳତା ଆଣିଦେଲା ଆଉ ଏଥିରେ ଯୁବ ବ୍ରିଗେଡର ଭୂମିକାକୁ ନଜରଅନ୍ଦାଜ଼ କରାଯାଇ ନପାରେ | ସେ ଅତନୁ ହୁଅନ୍ତୁ ବା ସୁଶାନ୍ତ, ଅରୁଣ ହୁଅନ୍ତୁ ବା ସଞ୍ଜୟ, ପ୍ରତାପ ହୁଅନ୍ତୁ ବା ବବି ବା ଅନ୍ୟ ସମସ୍ତ ନେତାଙ୍କ ଆପ୍ରାଣ ଉଦ୍ୟମ ଆଉ କଂଫିଡେଣ୍ଟ ମୁଭ ବିରୋଧୀ କଂଗ୍ରେସକୁ ଦୁର୍ବଳ କରି ବିକ୍ରିଯୋଗ୍ୟ ସାମଗ୍ରୀ କରିବାରେ ଶାକ୍ୟମା ହୋଇଥିବା ବେଳେ ଦୀର୍ଘ ୬ମାସ ଧରି ବିଜେପୁର ରେ ବିପଣି ମେଳା ବସାଇଥିବା ବିଜେପିର ସବୁ ଛାଲକୁ ମାଦ ଦେବାରେ ସକ୍ଷମ ହୋଇଥିଲେ | ବିଜେଡିର ଜଣେ ଯୁବ ଉପସଭାପତ ଯଦି ପ୍ରବଳ ବିଶ୍ୱାସର ସହ ବିଜୟର ମାର୍ଜିନ ବତାଇ ପାରୁଛନ୍ତି ତେବେ ଯୁବ ବ୍ରିଗେଡ କେତେ ଶାଣିତ ଢଙ୍ଗରେ ଲଢେଇ ମୈଦାନରେ ହିସାବ କିତାବ କରିନଥିବେ !!!!!!!

Leave A Reply

Your email address will not be published.