ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ

0 2

ଭଦ୍ରକ(Satyabhusana Swami) : ବାଲେଶ୍ୱର – ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଭଦ୍ରକ ଅଧିନରେ ଥିବା ଅର୍ଣ୍ଣପାଳ ସେବା ସମବାୟ ସମିତିରୁ ଋଣ ନେଇଥିବା ବାଲିପାଟଣା ଗ୍ରାମର ନରେନ୍ଦ୍ର ସ୍ୱାଇଁ ନାମକ କ୍ଷୁଦ୍ର ଗରିବ ଚାଷୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ  ହୋଇଥିଲା । ସେ ଏହି ସମବାୟ ସମିତିରୁ ଋଣ ନେବା ସମୟରେ କଳିଙ୍ଗ କିଷାନ କାଡର଼୍ ଜରିଆରେ ବର୍ଷକ ପାଇଁ ଟ୧୭୦ଙ୍କା ଦେଇ ଏକ ବୀମା କରିଥିଲେ । ତାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ  କାରଣରୁ ବୀମା କମ୍ପାନୀ ଓରିଏଣ୍ଟାଲ ଇନ୍ସୁ୍ୟରାନ୍ସ କମ୍ପାନୀ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛି । ଏହି ଚେକ୍ ବାଲେଶ୍ୱର – ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଭଦ୍ରକ ଜୋନଲ ଅଫିସର ଅଶ୍ୱିନୀ କୁମାର ନାୟକ ସ୍ୱର୍ଗତ ସ୍ୱାଇଁଙ୍କ ପତ୍ନୀ ପ୍ରମିଳା ସ୍ୱାଇଁଙ୍କୁ ପ୍ରଦାନ କରିଛନ୍ତି । ଏହି ଚେକ୍ ପ୍ରଦାନ ଅବସରରେ ଅର୍ଣ୍ଣପାଳ ସେବା ସମବାୟ ସମିତିର ସଭାପତି ସନ୍ତୋଷ କୁମାର ସାହୁ, ଉପସଭାପତି ଝୁନୁଲତା ନାୟକ, ସଭ୍ୟ ନୃସିଂହ ଚରଣ ଦାସ, ରମେଶ ଚନ୍ଦ୍ର ସେଠୀ, ରବି ନାରାୟଣ ଯେନା, ଅରୁଣ ମହାଳିକ, ପ୍ରତାପ ଚନ୍ଦ୍ର ମହାନ୍ତି, ସୁନାରାଣୀ ରାଉତ, ପୂର୍ଣ୍ଣଚନ୍ଦ୍ର ମଲିକ, ବାଇଧର ସାହୁ, କେଶବ ଚନ୍ଦ୍ର ଦାସ, ଅକ୍ଷୟ କୁମାର ସାମଲ, ଇମିତିଆଜ୍ ଖାଁ, ସମ୍ପାଦକ ରମେଶ ଚନ୍ଦ୍ର ସେନ ଏବଂ ଅନ୍ୟ କାର୍ଯ୍ୟରତ କାର୍ଯ୍ୟାଳୟ କର୍ମଚାରୀ ଉପସ୍ଥିତ ଥିଲେ ।  

Leave A Reply

Your email address will not be published.