ଦାୟିତ୍ୱ ଗ୍ରହଣ କଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁରେନ୍ଦ୍ର କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିା ବିଜେପୁର ଉପନିର୍ବାଚନ ପ୍ରକ୍ରିୟା  ଚାଲୁ ରହିଥିବାରୁ ଶ୍ରୀ ସୁରେନ୍ଦ୍ର କୁମାର ନିର୍ବାଚନ ସଂପର୍କିତ କାର୍ଯ୍ୟକ୍ରମଗୁଡ଼ିକୁ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲୋ ନିର୍ବାଚନ କାର୍ଯ୍ୟରେ ନିୟୋଜିତ  ସମସ୍ତ ବରିଷ୍ଠ ଅଧିକାରୀ, ଉପବିଭାଗୀୟ ଅଧିକାରୀ, ସହକାରୀ ଉପବିଭାଗୀୟ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଲୋହାନୀଙ୍କୁ ସ୍ୱାଗତ କରିଥିଲୋ

ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସବୁ କର୍ମଚାରୀମାନଙ୍କୁ ନେଇ ବିଜେପୁର ଉପନିର୍ବାଚନ ସଂପର୍କରେ ଏକ ସମୀକ୍ଷା କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଅଭୟ କୁମାର ନାୟକ ଓ ଶ୍ରୀ ହରିବଲ୍ଲଭ ମିଶ୍ର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର ଓ ଶ୍ରୀ ଭବାନୀ ପ୍ରସାଦ ରାୟ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିତିରଞ୍ଜନ ସେନ୍, ବୈଷୟିକ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଅନୁଶାସନ ସଚିବ, ଉପବିଭାଗୀୟ ଅଧିକାରୀ ଓ ସହକାରୀ ଉପବିଭାଗୀୟ ଅଧି କାରୀମାନେ ସମୀକ୍ଷା ବୈଠକରେ ଯୋଗଦେଇଥିଲୋ 

Leave A Reply

Your email address will not be published.