ଘୋଷଣା ହେଲା ନିଗମ ବୋର୍ଡ ଅଧ୍ୟକ୍ଷ ତାଲିକା , ଆନୁଗତ୍ୟ ଆଉ ପ୍ରତିଶ୍ରୁତିକୁ ଗୁରୁତ୍ୱ

0

Image result for naveen patnaik
ଭୁବନେଶ୍ୱର: କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ନେତା ମାନଂକୁ ବିଭିନ୍ନ ନିଗମ, ବୋର୍ଡ, ପରିଷଦ , କମିଶନ ଆଦିରେ ବିଭିନ୍ନ ପଦ ପଦପଦବିରେ ଥାଇଥାନକୁ  ମଞ୍ଜୁରୀ ଦେଇଛନ୍ତି। ପ୍ରକାଶିତ ତାଲିକାରେ କିଛି ହାରିଥିବା ନେତା ବା ଟିକେଟରୁ ବଂଚିତ ହୋଇ ଦଳପ୍ରତି ଆନୁଗତ୍ୟ ଦେଖିଥିବା ନେତା ମାନଙ୍କୁ ମିଳିଛି ନିଯୁକ୍ତି |
ଦଳର ଯୁବ ନେତା ତଥା ମୁଖପାତ୍ର ଲେଲିନ୍‌ ମହାନ୍ତିଙ୍କୁ  ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସମ୍ପାଦକ, ଦଳର ସାଧାରଣ ସମ୍ପାଦକ ବିଜୟ ନାୟକଙ୍କୁ ଓଡିଶା ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ଅମରେଶ ପତ୍ରୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦବିରେ ପୁରସ୍କୃତ କରାଯାଇଛି | ସେହିପରି  ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ର ଅଧ୍ୟକ୍ଷ, ଇଶ୍ୱର ପାଣିଗ୍ରାହୀଙ୍କୁ  ଓଡ଼ିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ, ପ୍ରଭାଦିତ୍ୟ ମିଶ୍ରଙ୍କୁ ଆପିକଲ୍‌ ଅଧ୍ୟକ୍ଷ, ଅନୁପ ସାଏଙ୍କୁ ଓଡ଼ିଶା ରାଜ୍ୟ ଭଣ୍ଡାର ନିଗମର ଅଧ୍ୟକ୍ଷ, ଅସିତ ପଟ୍ଟନାୟକଙ୍କୁ ଓଡ଼ିଶା ମତ୍ସ୍ୟ ବିକାଶ ନିଗମର ଅଧ୍ୟକ୍ଷ, ଅମରେନ୍ଦ୍ର ଦାସଙ୍କୁ ଓଡ଼ିଶା ରାଜ୍ୟ କାଜୁ ବିକାଶ ନିଗମର ଅଧ୍ୟକ୍ଷ, ଲୁଲୁ ଅମାତଙ୍କୁ ଓଡ଼ିଶା ଗ୍ରାମୀଣ ଆବାସ ନିଗମର ଅଧ୍ୟକ୍ଷ, ଚିନ୍ମୟ ସାହୁଙ୍କୁ ଓଡ଼ିଶା ଲଘୁ ଉଦ୍ୟୋଗ ନିଗମର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ରଙ୍କୁ ଓଟିଡିସିର ଅଧ୍ୟକ୍ଷା, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଡ଼ିଶା ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ, ପ୍ରିୟଦର୍ଶୀ ମିଶ୍ରଙ୍କୁ ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ, ସୁବାସ ସିଂହ ଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ, ସଂଗ୍ରାମ ପାଇକରାୟଙ୍କୁ ଖାଦି ଗ୍ରାମଦ୍ୟୋଗ ବୋର୍ଡର ଅଧ୍ୟକ୍ଷ  ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି |
ସେହିପରି ସୁଜିତ କୁମାରଙ୍କୁ ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା, ଅନୁଭବ ପଟ୍ଟନାୟକଙ୍କୁ ଇଟି ଓ ଆଇଟି ବିଭାଗର ପରାମର୍ଶଦାତା,କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ଶକ୍ତିକରଣ ବିଭାଗର ପରାମର୍ଶଦାତା, ଉତ୍କଳ କେଶରୀ ପରିଡାଙ୍କୁ ଚିଲିକା ଉନ୍ନୟନ ପ୍ରଧୀକରଣର ପରାମର୍ଶଦାତା ସୁଧୀର ଦାସଙ୍କୁ ଓଡ଼ିଶା ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡର ପରାମର୍ଶଦାତା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିସନ ଶକ୍ତିର ପରାମର୍ଶଦାତା, ଦେବାଶିଷ ମଲ୍ଲିକଙ୍କୁ  ଓଡ଼ିଶା ବନ ବିକାଶ ନିଗମର ପରାମର୍ଶଦାତା, ସୁଲତା ଦେଓଙ୍କୁ ମହିଳା ଏବଂ ଶିଶୁ ବିକାଶ ବିଭାଗର ପରାମର୍ଶଦାତା, ଜନ୍ମେଜୟ ଲେଙ୍କାଙ୍କୁ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶଦାତା, ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା କୃଷି ବିପଣନ ବୋର୍ଡର ପରାମର୍ଶଦାତା, ଦିଲୀପ ତିର୍କୀଙ୍କୁ ଓଡ଼ିଶା ହକି ପ୍ରସାର ପରିଷଦର ଅଧ୍ୟକ୍ଷ, ମାନସ ମାଡକାମୀଙ୍କୁ ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବିନୟ ଟପ୍ପୋଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ,, ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା, ଆକାଶ ଦାସ ନାୟକଙ୍କୁ ମୋ କଲେଜ କାର୍ଯ୍ୟକ୍ରମର ଅଧ୍ୟକ୍ଷ, ମିନତି ବେହେରାଙ୍କୁ ମହିଳା ରାଜ୍ୟ କମିସନ ଅଧ୍ୟକ୍ଷା, କସ୍ତୁରୀ ମହାପାତ୍ରଙ୍କୁ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଓ  ସୁଲୋଚନା ଦାସଙ୍କୁ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଛି |

Leave A Reply

Your email address will not be published.