ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟ ରଥ ସାମନାରେ ଜିଲ୍ଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଏବଂ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ମିଳିତ ଆନୁକୂଲ୍ୟରେ ଅଖଣ୍ଡ ଭାରତ ବର୍ଷ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ସଂଘ ର ଜିଲ୍ଲା ସଂଘ-ଚାଳକ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ଏବଂ ଅଖଣ୍ଡ ଭାରତ ବର୍ଷର ମାନଚିତ୍ରରେ ଦୀପ ଲଗାଇ ଉଦ୍ଘାଟନ କରିଥିଲେ ।
ପରେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ସଂଘ ର ଜିଲ୍ଲା ସଂଘ-ଚାଳକ ଶ୍ରୀ ଅନାଦି ପାଣିଗ୍ରାହୀ ଙ୍କ ସଭାପତିତ୍ୱରେ ମହେନ୍ଦ୍ର ଆଶ୍ରମର ସାଧକ ସନ୍ଥ ଲକ୍ଷ୍ମୀ ବାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୧୯୪୭ ମସିହା ଅଗଷ୍ଟ ୧୪ତାରିଖ ଦିନ ଆମେ ଚିନ୍ତା କରିଥିଲୁ ଯେ ଏଇ ଅଖଣ୍ଡ ଭାରତ ବର୍ଷ ୧୫ ତାରିଖ ଦିନ ସ୍ଵାଧୀନ ପାଇବ ହେଲେ ଆମେ ଯେଉଁ ସ୍ଵାଧୀନ ପାଇଲୁ ତାହା ଖଣ୍ଡିତ ଭାରତର ସ୍ଵାଧୀନ । ଏହା ପରବର୍ତ୍ତୀ ସମୟରେ ଆମକୁ ଆନନ୍ଦିତ କରିଥିଲେ ମଧ୍ୟ ତାହା ଅତ୍ୟନ୍ତ ଦୁଖଦାୟକ କଥା ବୋଲି କହିଥିଲେ ।
ମୁଖ୍ୟବକ୍ତା ଭାବେ ସଂଘ ର ଜିଲ୍ଲା ବୌଦ୍ଧିକ ପ୍ରମୁଖ ସରୋଜ କୁମାର ପଣ୍ଡା ଯୋଗ ଦେଇ ଅଖଣ୍ଡ ଭାରତ ବର୍ଷର ପୂର୍ବ ଇତିହାସ ଉପରେ ଆଲୋଚନା କରି କହିଥିଲେ ଯେ , ଭାରତ ବର୍ଷ କହିଲେ ଆମେ ଅଖଣ୍ଡ ଭାରତ ବର୍ଷକୁ ହିଁ ବୁଝୁ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହୋଇଥିଲା କିନ୍ତୁ ତାହା କେବଳ ୩୦ ଟା ରାଜ୍ୟକୁ ନେଇ ହୋଇନଥିଲା , ଏଥିରେ ଅଖଣ୍ଡ ଭାରତ ବର୍ଷର ପାକିସ୍ତାନ , ଆଫଗାନିସ୍ତାନ , ବଙ୍ଗଳାଦେଶ , ତିବ୍ବାତ୍ , ବେଲୁଚିସ୍ଥାନ ପ୍ରଭୃତିଙ୍କୁ ନେଇ ଭାରତ ବର୍ଷ । ଏହିସବୁ ଦେଶକୁ ମିଶାଇଲା ପରେ ହିଁ ଆମେ ଅଖଣ୍ଡ ଭାରତ ବର୍ଷର ପରିକଳ୍ପନା କରିଥାଉଁ । ଯୋଜନା ଓ ଉଦ୍ଦେଶ୍ ମୂଳକ ଭାବେ ସେତେବେଳେ ଭାରତକୁ ଖଣ୍ଡ ଖଣ୍ଡ କରି ଦିଆଗଲା । ଏହା ଅଖଣ୍ଡ ଭାରତ ବର୍ଷ ପୁର୍ବରୁ ଅର୍ଥାତ ୧୯୪୭ ମସିହାରେ ସେତେବେଳେ ଭାରତର ଯେଉଁ ଭାଇସ ରାୟ ମାଉଣ୍ଟ ଵ୍ୟାଟେନ ଙ୍କ ଯୋଜନାରେ ଯୋଜନା ବଦ୍ଧ ଭାବେ ବିଦେଶୀ ଇଂରେଜ ମାନେ ଥିଲେ, ସେମାନେ ଭାରତକୁ ଖଣ୍ଡ ବିଖଣ୍ଡ କରିଦେଇ ଚାଲିଗଲେ । ଏମିତିକି , ସେମାନେ ଅଖଣ୍ଡ ଭାରତରେ ହିନ୍ଦୁ-ଅଣହିନ୍ଦୁ ସର୍ବାଧିକ ଭାବେ ରହୁଥିବା ଅଂଚଳକୁ ଦେଖି ଏକ ଧାର୍ମିକ ଭାଵ ଆଧାରରେ ଖଣ୍ଡ-ବିଖଣ୍ଡ କରିଦେଇ ଚାଲିଗଲେ । ଅଖଣ୍ଡ ଭାରତ ବର୍ଷରେ ସେତେବେଳେ ୩୦ ପ୍ରତିଶତ ହିନ୍ଦୁ ଥିଲେ , ହେଲେ ବର୍ତ୍ତମାନ ସେଠାରେ ଏକ ପ୍ରତିଶତ ଅଛନ୍ତି ବୋଲି କହିଥିଲେ ।
ସଂଘ ର ଜିଲ୍ଲା ସମ୍ପର୍କ ପ୍ରମୁଖ ରାଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ସୁଚନା ଦେଇ କହିଥିଲେ ଯେ , ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୧୯୨୫ ମସିହାରେ ଗଠନ ହେବା ଦିନଠାରୁ ଭାରତକୁ ଅଖଣ୍ଡ ଭାରତ ବର୍ଷ କରିବା ପାଈଁ ପାକିସ୍ତାନ , ବେଲୁଚିସ୍ଥାନ , ତିବ୍ବାତ୍ , ବାଙ୍ଗଲାଦେଶ ଓ ଆଫଗାନିସ୍ତାନ ପ୍ରଭୃତିକୁ ନେଇ ଏକ ଅଖଣ୍ଡ ଭାରତ ବର୍ଷ କରିବା ପାଈଁ ଅଣ୍ଟା ଭିଡି ତାର କାମ ଆଗେଇ ନେଇ ଚାଲିଛି । ଯାହାର କି ଏକ ଜ୍ବଳନ୍ତ ଉଦାହରଣ ଆଜି ସମସ୍ତଙ୍କ ଆଗରେ ଅଛି । ଯେମିତି କି କାଶ୍ମୀର ରୁ ଧାରା-୩୭୦ (୩୫)କ କୁ ଉଠାଇ ସେଠାରେ ଯେଉଁ ଭାରତ ବର୍ଷର ତ୍ରିରଙ୍ଗା ପତାକା ଲାଗୁ ନ ଥିଲା , ଏହି ଉଚ୍ଛେଦ ଫଳରେ ସେଠାରେ ଭାରତ ବର୍ଷର ତ୍ରିରଙ୍ଗା ପତାକା ଲାଗିଲା ।ଅଗଷ୍ଟ ୧୪ ତାରିଖକୁ ପ୍ରତିବର୍ଷ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅଖଣ୍ଡ ଭାରତ ବର୍ଷ ଦିବସ ଭାବେ ପାଳନ କାରୀ ଆସୁଛି ବୋଲି ଶ୍ରୀ ପଣ୍ଡା କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘ ର ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଦାମୋଦର ଜେନା , ରମେଶ ଚନ୍ଦ୍ର ସାହୁ ,ଣ୍କୁଳ ମଣ୍ଡଳ , ଥବୀର ଭୂୟାଁ , ରଂଜନ ମହାରଣା , ଦାମୋଦର ମଣ୍ଡଳ ଏବଂ ଅହିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ସତ୍ୟ ନାରାୟଣ କାର୍ଜୀ , ସହ-ପରିଚାଳକ ରମେଶ କୁମାର ଶବର ଓ ଶ୍ରୀଧର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.