୪ଟି କଲୋନୀ ପକ୍ଷରୁ ମିଳିତ ପତାକାତ୍ତୋଳନ

0

ଭୁବନେଶ୍ୱର/ ଶାସକ ପ୍ରଶାସକ : ନୂଆଗାଁ ମୋୖଜ଼l ଅନ୍ତର୍ଗତ ଗଙ୍ଗୁଆ ନାଳ କୂଳରେ ଅବସ୍ଥିତ ଚାରିଗୋଟି କଲୋନୀ ଯଥା ମାରୁତି ନଗର, ବିଜୟ ବିହାର, ବିଶାଳ ସିଟି ଏବଂ ଅପସନl ଗାର୍ଡେନ ବାସିନ୍ଦା ମାନେ ଗଙ୍ଗୁଆ ନାଳ ରାସ୍ତା ପ୍ରଥମ ତିନି ଛକି ଠାରେ ଏକ ମିଳିତ ପତାକତ୍ତୋଳନ ପାଳନ କରିଥିଲେ l ଏଥିରେ ପୂର୍ବତନ କର୍ପୋରେଟର ଶ୍ରୀ ବିରଞ୍ଚି ନାରାୟଣ ମହସୂପକାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ପତାକତ୍ତୋଳନ କରିବା ସହ ଉପସ୍ଥିତ ଜନସାଧାରଣ ଙ୍କୁ  ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ପରାକାଷ୍ଠା ଉପରେ ଆଲୋକପାତ କରିଥିଲେ  l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ବିଜୟ କୁମାର ଦ୍ବିବେଦୀ, ସଞ୍ଜୟ ଗିରି, ପ୍ରମୋଦ ପ୍ରଧାନ, ଅନାଥ ପଣ୍ଡା ଆଦି କାନ୍ଦ ବଳ, ବଳରାମ ଦେଓ, ପ୍ରକାଶ ରଣା, ରାମକୃଷ୍ଣ ନନ୍ଦ, ମୋହିନୀ ମୋହନ ଦାଶ, ନିକୁଞ୍ଜ ସ୍ୱାଇଁ, ରଞ୍ଜନ କୁମାର ସାହୁ  ଓ ଶ୍ରୀମତୀ ଵୈଶାଳିନୀ ପଟ୍ଟନାୟକ ପ୍ରମୁଖ ସ୍ୱାଧୀନତା ସଂଗ୍ରାମର ସ୍ମୃତି ଚାରଣ କରିଥିଲେ  l

Leave A Reply

Your email address will not be published.