ସ୍ୱାଧୀନତା ଦିବସରେ ପୁରା ହେଲା ଘର ପାଇବାର ସ୍ୱପ୍ନ

0

 

789 ଜଣ ହିତାଧିକାରୀ ପାଇଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, 189 ଜଣଙ୍କୁ ମିଳିଲା ମଧୁବାବୁ ପେନସନ

ପାଇକମାଲ :- ପ୍ରତ୍ୟେକ ମଣିଷର ସ୍ୱପ୍ନ ଥାଏ ନିଜର ଗୋଟିଏ ପକ୍କା ଘର । ଆର୍ଥିକ ଅଭାବ ଅନାଟନ ରେ କିନ୍ତୁ ସମସ୍ତେ ଙ୍କର ଏହି ଆଶା ପୂରଣ ହେଇ ପାରେ ନାହିଁ | ମୁଖ୍ୟତଃ  ଯେଉଁମାନେ ଗରିବ ଶ୍ରେଣୀର ଲୋକ, ସେମାନଙ୍କର ଘରଟିଏ କରିବାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଉଥିଲା । ବିଗତ କିଛି ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କର ଦ୍ୱାରା ଗରିବ ଲୋକଟିଏ କେମିତି ଘର ଖଣ୍ଡେ କରି ପାରିବ ସେ ନେଇ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କା ଘର ।  ଆଜି 73ତମ ସ୍ଵାଧିନତା ଦିବସରେ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ସମୁଦାୟ 789 ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପାଇଁ କାର୍ଯଦେଶ ପ୍ରଦାନ କରାଯାଇ ହିତାଧିକାରୀଙ୍କ ବହୁ ଦିନର ନିଜସ୍ୱ ଘରର ସ୍ୱପ୍ନ କୁ ପୁରଣ କରାଯାଇଛି । ପାଇକମାଲ ବ୍ଲକ ଠାରେ BDO ଶ୍ରୀ ସଦାଶିବ ନାୟକ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଯୋଗ ଦେଇ ହିତାଧିକାରୀ ମାନଙ୍କୁ ଘର ପାଇଁ କାର୍ଯଦେଶ ବଣ୍ଟନ କରିଥିଲେ । ଏହି ସଭାରେ ମାନ୍ୟବର ବିଧାୟକ ହିତାଧିକାରୀ ଙ୍କୁ ଶୀଘ୍ର ଘର କାମ ସାରିବାକୁ ନିବେଦନ କରିଥିଲେ । BDO ଶ୍ରୀ ନାୟକ ଏହି ଅବସର ରେ କୋଣସି ସରକାରୀ କର୍ମଚାରୀ କିମ୍ବା କୋଣସି ଦଲାଲ ମାନଙ୍କୁ ଲାଞ୍ଚ ଦେବା ପାଇଁ ମନା କରିବା ସହିତ ଯଦି କେହି ଲାଞ୍ଚ ମାଗେ ତେବେ ତୁରନ୍ତ ତାଙ୍କୁ ଜଣାଇବା ପାଇଁ ନିବେଦନ କରିଥିଲେ । ଆଜିକାର ଏହି ସଭାରେ ପାଇକମାଲ, ମିଠାପଲି , ଛେତେଙ୍ଗା , ମାଣ୍ଡିଆ ଢ଼ିପା ଓ କେଛୋଦାଦର ପଞ୍ଚାୟତ ର ମୋଟ 189 ଜଣଙ୍କୁ ନୂତନ ଭାବରେ ମଧୁ ବାବୁ ପେନସନ ଯୋଜନା ରେ ସାମିଲ କରାଯାଇ ଭତ୍ତା ପ୍ରଦାନ କରାଯାଇଥିଲା ।
 

Leave A Reply

Your email address will not be published.