ବରଗଡ଼ ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳିତ

0 1

ବରଗଡ଼ (ଶାସକ ପ୍ରଶାସକ )ବରଗଡ଼ ଜଜ୍‌ ହାଇସ୍କୁଲ ପଡ଼ିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀ ଏଠାରେ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି।

ସେହି ଭଳି ପଦ୍ମପୁର ଉପଖଣ୍ଡ ସ୍ତରୀଯ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ପତାକା ଉତ୍ତଳନ କରିଥିଲେ ଓ ପେରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ । ସେହିଭଳି ସୋହେଲା ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଦ୍ଧନ ବରିହା ପତାକା ଉତ୍ତୋଳନ କରିଥିଲେ । ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରେ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ପାଇକମାଲ ବ୍ଲକ ମୁଖ୍ୟାଳୟ ରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ପ୍ରମୂଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

Leave A Reply

Your email address will not be published.