ଖୋଲାଯାଉନି ପଂଚାୟତ ଅଫିସ, ଚିନ୍ତାରେ ହିତାଧିକାରୀ

0 1

ମେଲଛାମୁଣ୍ଡା(ମନୋଜ ଭୋଇ) ବର୍ତମାନ ଉଭୟ ସରକାର ସମସ୍ତ ସରକାରୀ ଯୋଜନାସବୁ ସୁରୁଖୁରୁରେ ଲୋକଙ୍କ ପାଖରେ ପଂହଚାଇବା ପାଇଁ ପଂଚାୟତକୁ ଅଧିକ ଦାୟୀତ୍ୱ ଦେବା ସହ ଅଧିକ କ୍ଷମତା ପ୍ରଦାନ କରିଛନ୍ତି । ମାତ୍ର ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ପଂଚାୟତ ଅଫିସ ଆବଶ୍ୟକ ସମୟରେ ବନ୍ଦ ରହୁଥିବା ଯୋଗୁଁ ହିତାଧିକାରୀମାନେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । କେଁଉ ଦିନ ଅଫିସ ଖୋଲୁଛି ତ କେଉଁଦିନ ଖୋଲୁ ନାହିଁ । ଆଉ ଯେଉଁ ଦିନ ଅଫିସ ଖୋଲା ରହୁଛି ସେହି ଦିନ ଅଫିସ କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁନ ଥିବା ଅଭିଯୋଗ ହେଉଛି । ବୁଧବାର ଦିନ ପ୍ରାୟ ୧୨ଟା ସମୟରେ ବର୍ଷା ଛାଡି ଯିବାରୁ ୫/୭ କି.ମି. ଦୂର ଗ୍ରାମରୁ ହିତାଧିକାରୀମାନେ ନିଜର ଅତ୍ୟାବଶ୍ୟକ କାମ ସଂପାଦନ ପାଇଁ ପଂଚାୟତ ଅଫିସକୁ ଆସିଥିଲେ । ସେଠାରେ ଅଫିସ କାର୍ଯ୍ୟାଳୟରେ ତାଳା ପଡିଥିବା ଦେଖି ଅଧ ଘଂଟାଏ ଲେଖାଁଏ ଅପେକ୍ଷା କରିବା ପରେ ନିଜର ଭାଗ୍ୟକୁ ଆଦରି ନେଇ ଘର ମାନଙ୍କୁ ଫେରି ଯାଇଥିଲେ । ଆଶ୍ଚର୍ଯ୍ୟର ବିଷୟ ଯେ ସରପଂଚ ଠାରୁ ଆରମ୍ଭ କରି ରାତ୍ର ଯଗୁଆଲି ପର୍ଯ୍ୟନ୍ତ ୬ଜଣ ବ୍ୟକ୍ତି ବିଶେଷ  ପଂଚାୟତ ଅଫିସ ସହ ପ୍ରତକ୍ଷ ଭାବେ ଜଡିତ ଥିବା ବେଳେ ଦିନ ବେଳା କେଇ ଘଂଟା ପାଇଁ ଅଫିସ ଗୃହକୁ ନ ଖୋଲିବା ବିଷୟ ହିତାଧିକାରୀଙ୍କ ଚିନ୍ତାର କାରଣ ପାଲଟିଛି । ଯଦି ପଂଚାୟତ ଅଫିସରକୁ ଦୂର ଗ୍ରାମ ମାନଙ୍କରୁ ଆସି ଲୋକେ ଖାଲି ହାତରେ ଫେରି ଯାଉଛନ୍ତି ତେବେ ଏହି ପଂଚାୟତ ଅଫିସରୁ ହିତାଧିକାରୀ କିପରି ସେବା ପାଉଥିବେ ସହଜରେ ଅନୁମେୟ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି । ଏ ସଂପର୍କରେ ପଂଚାୟତ ଇ.ଓ. ଅରୁଣ ସାହୁଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ ଏକ କନଫେନ୍ସରେ ଯୋଗଦେବା ପାଇଁ ଜିଲ୍ଳାପାଳ କାର୍ଯ୍ୟାଳୟକୁ ଯାଇଥିବା ପ୍ରକାଶ କରିବା ସହ ଅଫିସ ବନ୍ଦକୁ ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ ସରପଂଚ ସୁନିତା ବରିହା ଫୋନ ଉଠାଇ ନ ଥିଲେ । ସେହିପରି ରାଜବୋରାସମ୍ବର ବିଡିଓ ଏଲିଯା  ମିଶ୍ରା ମଧ୍ୟ ଫୋନ ଉଠାଇ ନ ଥିଲେ । ମେଲଛାମୁଣ୍ଡା ପଂଚାୟତ ଅଫିସରେ ଚାଲିଥିବା ମନମୁଖି କାର୍ଯ୍ୟକଳାପ ପ୍ରତି ଜିଲ୍ଳାପାଲ ମହୋଦୟ ଧ୍ୟାନ ଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.