ବାଲିକୁଦା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ : ତତ୍କାଳ ୫ଟି ଅଭିଯୋଗର ସମାଧାନ

0 1

ଜଗତସିଂହପୁର:(ରମେଶ ମହାନ୍ତି)-ଆଜି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣ ମାନଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣୀ କରିଥିଲେ।ଏହି ଅଭିଯୋଗ ଶିବିରରେ ମୋଟ ୭୯ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲାlସେଥି ମଧ୍ୟରୁ ବ୍ଯକ୍ତିଗତ ସମସ୍ୟା ସମ୍ପର୍କିତ ୬୪ଟି. ଯଥା -ବିଜୁପକ୍କାଘର /ଇନ୍ଦିରା ଆବାସ ୨୩ଟି,ରେସନକାର୍ଡ ସମ୍ପର୍କିତ ୮ଟି,ଭତ୍ତା ସମ୍ପର୍କିତ ୮ଟି,ଆଇନ ସମ୍ପର୍କିତ ୩ଟି,ଜମିଜମା ସମ୍ବନ୍ଧୀୟ ୬ଟି,ବିଦ୍ୟାଳୟ ସମସ୍ୟା ସମ୍ପର୍କିତ ୨ଟି ଓ ଅନ୍ୟାନ୍ୟ ୧୪ଟି,ଗାଁ ସମସ୍ୟା ସମ୍ପର୍କରେ ୧୨ଟି,ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ ୨ଟି,ରେଡକ୍ରସ ପାଣ୍ଠି ରୁ ସହାୟତା ପାଇଁ ୧ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା।୫ଟି ଅଭିଯୋଗର ଶୁଣାଣି କରାଯାଇ ତତ୍କାଳ ଫଇସଲା କରାଯାଇଥିଲା। ଉକ୍ତ ଶିବିରରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର, ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ କେ.ସି ମହାନ୍ତି,ବାଲିକୁଦା ବିଡିଓ,ତହସିଲଦାର,ଜିଲ୍ଳା ସ୍ତରୀୟ ଅଧିକାରୀ,କ୍ଷେତ୍ରୀୟ ଅଧିକାରୀ,ବ୍ଲକ ସ୍ତରୀୟ ଅଧିକାରୀ,ପଞ୍ଚlୟତ ପ୍ରତିନିଧି,ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞ୍ଜନ କୁମାର ଦାସଙ୍କ ସମେତ ଅଭିଯୋଗ କରିବାକୁ ଆସିଥିବା ଜନସାଧାରଣ ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.