ଗାଇସିଲେଟ : ଜୋର ହେଉଛି ପାଣି ସୂଅ, , ବଢୁଛି ଲୋକଙ୍କ ଭୟ

0 1

Gaisilet/ Kedarnath Sahu : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମରେ ଆଜି ପ୍ରବଳବର୍ଷା ଯୋଗୁଁ ବନ୍ୟା ଆଶଙ୍କା ରହିଛି। ତାଲପାଲି ପଞ୍ଚାୟତର ବରାମୁଣ୍ଡା ଓ ତାଲପାଲି ଗ୍ରାମ ରାସ୍ତା ମଝିରେ ଥିବା ପୋଲ ଉପରୁ ପ୍ରାୟ ଗୋଟିଏ ଫୁଟପାଣି ଯାଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଜଳପ୍ରବାହର ଉଗ୍ରରୂପକୁ ଦେଖି ଭୟଭୀତ  ହୋଇଯାଇଛନ୍ତି ବରାମୁଣ୍ଡା ଗ୍ରାମବାସୀ। ଗାଇସିଲେଟ – ପଦ୍ମପୁର ରାସ୍ତାରେ ଖୁଣ୍ଟପାଲିଠାରେ ଥିବା ପୋଳ ଉପରକୁ ପ୍ରାୟ ଅଧଫୁଟ ତଳେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ମନରେ ବନ୍ୟାର ଆଶଙ୍କା ରହିଛି।ଗତ କାଲି ଠାରୁ ଲଗାଣ  ବର୍ଷା ଯୋଗୁଁ ଶହଶହ ଏକର ଚାଷ ଜମିରେ ପାଣିମାଡି ଯିବା ଫଳରେ ତଳିରୁଆ ସବୁ ଭସେଇ ନେଇଛି।

Leave A Reply

Your email address will not be published.