ଶ୍ରାବଣ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ଭିଡ

0 1

ଧର୍ମଗଡ଼ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଶିବ ମନ୍ଦିର ଠାରେ ଗତ କାଲି ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ଉପଲକ୍ଷେ ଭକ୍ତ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ ବୋଲବମ ଶ୍ରଦ୍ଧାଳୁ ଭକ୍ତ ମାନେ ଭାବ ବିହ୍ୱୋଳ ହୋଇ ଦଣ୍ଡ ମାରି ମାରି ମନ୍ଦିର ଠାରୁ ପ୍ରାୟ ତିନି କିଲୋମିଟର ଦୂର ଖଇରମାଲ ନଦୀରୁ ଜଳ ଆଣି ପ୍ରଭୁ ଭୋଳାଶଙ୍କର ତ୍ରିକାଳ ଦର୍ଶୀ ଭଗବାନ ଶିବଙ୍କ ଠାରେ ଜଳାଭିଷେକ କରିଛନ୍ତି। ଏହି ସମାଗମ ଯୋଗୁଁ ମନ୍ଦିର ପରିବେଶ ଆନନ୍ଦ ମୟ ସ୍ୱର୍ଗ ପାଲଟି ଯାଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ପବିତ୍ରମୟ ଭଗବାନଙ୍କ ପିଠସ୍ଥଳୀରେ ଉପସ୍ଥିତ ରହି ନିଜ ନିଜର ଜଳାଭିଷେକ କରିବା ସହ ମାନସିକ ପୂର୍ଣ୍ଣ କରିଛନ୍ତି। ଏହି ଆନନ୍ଦ ମୟ ଉତ୍ସବରେ ମନ୍ଦିର କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଭକ୍ତ ମାନଙ୍କୁ ସହଯୋଗ କରିବା ଦେଖିବାକୁ ମିଳିଛି। ଏଥି ସହିତ ମନ୍ଦିର କମିଟି ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ଥା ମଧ୍ୟ କରାଯାଇଛି।

Leave A Reply

Your email address will not be published.