ନୁଆପୋଖରି ଠାରେ ସୁଷମା ସ୍ୱରାଜଙ୍କ ଶ୍ରଦ୍ଧାଞ୍ଜଳି ସଭା

0 1

ଜଗତସିଂହପୁର:(ରମେଶ ମହାନ୍ତି)-ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅମର ଆତ୍ମାର ସଦଗତି କାମନା କରି ସନ୍ଧ୍ୟାରେ ନୁଆପୋଖରି ସ୍ଥିତ ବୋଧେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ବିଷ୍ଣୁ ଚରଣ କାନୁନଗୋଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ,ମନୋରଞ୍ଜନ ଦାଶ,ରମାକାନ୍ତ ମଲ୍ଲିକ,ଶିକ୍ଷାବିତ୍ ନିମାଇଁ ଚରଣ ଖଟୁଆ,ଅବସରପ୍ରାପ୍ତ ପ୍ରତିରକ୍ଷା ଅଧିକାରୀ ନାରାୟଣ ସେଠୀ,ଅନୁପମ୍ ଦାଶ,ସୁରେନ୍ଦ୍ର ମଲ୍ଲିକ,ଅମର ରାଉତ,ନାରାୟଣ ଦାଶ ପ୍ରମୁଖଙ୍କ ସମେତ ସ୍ଥାନୀୟ ବଜାର ବ୍ୟବସାୟୀମାନେ ଏହି ସଭାରେ ଉପସ୍ଥିତ ଥିଲେ।

Leave A Reply

Your email address will not be published.