” ପିଲା ଟିଏ–ଗଛ ଟିଏ “

0 1

ବିନୋଦିନୀ  ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ:  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ଗ୍ରାମ ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ) ପକ୍ଷରୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା , ସମ୍ବାଦ- ସାହିତ୍ୟ ଘର, ଏବଂ ନେହେରୁ ଯୁବା କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ପିଲାଟିଏ-ଗଛଟିଏ”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
    ଏହି ଅବସରରେ ଆୟୋଜିତ ସଚେତନତା ସଭା କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟନାୟକ   ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିଥିଲେ । ଅନ୍ୟପକ୍ଷରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସର ସମେତ ପଦ୍ମପୁର , କେକେ ସିଂ ଓ ଚାରି ମାଇଲ ଛକ  ଗ୍ରାମରେ ମଧ୍ୟ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସୁଚନା ଦେଇ କହିଥିଲେ ।
         କାର୍ଯ୍ୟକ୍ରମରେ ଜିଲ୍ଲା ବନ ବିଭାଗ ସହକାରୀ ବନ ସଂରକ୍ଷକ ଅଧିକାରୀ (ଏସିଏଫଓ) ପ୍ରଭାକର ନାୟକ , ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ଜନଯିବ-ଜଗତକୁ ମିଳୁଥିବା ଉପକାର ର ବିଭିନ୍ନ  ଦିଗ ଉପରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
       ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ସମ୍ପାଦକ  ବିଚିତ୍ରା ନନ୍ଦ ବେବର୍ତ୍ତା ,  ବିନୋଦ ଚନ୍ଦ୍ର ଜେନା , ଆଶାଲତା ପାଣିଗ୍ରାହୀ , ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ କଲ୍ୟାଣୀ ମିଶ୍ର ,ଭକ୍ତି ସଂଗୀତ ସଂସଦର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥ , ଅରକ୍ଷିତ ପାତ୍ର , ଶ୍ରୀକାନ୍ତ ମହାରଣା , ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ  ବିଜୟ ମହାପାତ୍ର ଏବଂ ମୋହିନୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କ୍ଷେତ୍ରରେ “ପିଲାଟିଏ–ଗଛଟିଏ” ଭାଵ-ଅର୍ଥର ବିଭିନ୍ନ ଦିଗ ଉପରେ ବୁଝାଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବାକୁ ଉତ୍ସାହିତ କରିଥିଲେ ।
       ଏହି ଅବସରରେ ମୁଖ୍ୟ ଅତିଥିଙ୍କ ସମେତ  ସମସ୍ତ ମଞ୍ଚାସୀନ ଅତିଥି ଓ ଛାତ୍ରଛାତ୍ରୀ ମାନେ ମହାବିଦ୍ୟାଳୟ ପରିସର ଏବଂ ଅନ୍ୟାନ୍ୟ ଠାରେ  ବୃକ୍ଷ ରୋପଣ କରିଥିଲେ ।
        ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟନିର୍ବାହୀ ଅଧିକାରୀ  ଅଧ୍ୟାପକ ସୀତାରାମ ପ୍ରଧାନ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ଏବଂ ଅଧ୍ୟାପିକା ଡ଼ଃ  ନଳିନୀ କୁମାରୀ ସାବତ  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.