ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ

0

ବଲାଙ୍ଗିର(ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ବଲାଙ୍ଗିର ନିଖିଲ ସେବା ସଂଘ ପକ୍ଷରୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା  | ସ୍ଥାନୀୟ ରାଧାରାଣି ପଡା କୋଣାର୍କ ଟେଣ୍ଟ ସମ୍ନାରେ ଏହି ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା  | ପ୍ରାୟ 2000 ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା | ଦୂର ଦୂରାନ୍ତରୁ ଆସିଥିବା ଅନେକ ଜନସାଧାରଣ ପ୍ରସାଦ ସେବନ କରିଥିଲେ | ନିଖିଲ ସେବା ସଂଘ  ର ଏହି ମହାନ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା  କରିଛନ୍ତି | ଏଥିରେ ନିଖିଲ ସେବା ସଂଘର  ବାସୁ ରଥ, ମନୋଜ ମାଇତ୍, କାମଦେବ ବାରିକ, ସନ୍ତୋଷୀନି ସ୍ୱାଇଁ, ପମି ମାଇତ୍ ,ଦିପକ ଯୋଷୀ, ରବି ବହିଦାର, ଦେବାସିଶ ପାଣିଗ୍ରାହି, ସୁଧିର କୁମାର ପାଢି, ଅଜିତ ବେହେରା, ପପୁ ସାହୁ, ରାଜା ନନ୍ଦ, ଶିଶିର ମହାକୁର ଓ ରତନ ମହାରଣା ଉପସ୍ଥିତ ଥିଲେ |

Leave A Reply

Your email address will not be published.