ଗଜପତି ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଶୋକ ସଭା

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ ଜନତା ପାର୍ଟି ର କର୍ତ୍ତବ୍ୟ ନିଷ୍ଠା ଓ ଦେଶର ସୁଯୋଗ୍ୟ କନ୍ୟା ସନ୍ତାନ ସ୍ବର୍ଗତ ସୁଷମା ସ୍ବରାଜଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିବାରୁ ଦେଶରେ ଶୋକର ଛାୟା ଖେଳିଯାଇଛି।ଆଜି ତାଙ୍କର ସ୍ମୃତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ତରଫରୁ ଏକ ଶୋକସଭା ସ୍ଥାନୀୟ ରାଜପ୍ରାସାଦ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। ଶୋକ ସଭାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ଶ୍ରୀ ସିଦ୍ଧେଶ୍ବର ମିଶ୍ର, ବର୍ତ୍ତମାନ ର ନଗର ସଭାପତି ଶ୍ରୀ ଲୋକନାଥ ମିଶ୍ର, ନଗର ସମ୍ପାଦକ ସତ୍ୟନାରାୟଣ କାର୍ଯ୍ୟୀ, ସହ ସମ୍ପାଦକ ତୁଷାର ଦାସ, ପ୍ରତିଶ କୁମାର ସାମଲ, ସୌଦାଗର ସିଆ, ଅମିତ କୁମାର ସବେଇ, ସୁଧାନନ୍ଦ ଗମାଙ୍ଗ, ଦେବାଶିଷ ଶବର ତଥା ଅରୁଣ ପଟ୍ଟନାୟକ, ବାବୁଲା ସାହୁ , ଦିଲୀପ କୁମାର ନାୟକ ପ୍ରମୁଖ ମାନ୍ୟଗଣ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ବର୍ଗତ ସୁଷମା ସ୍ବରାଜଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଦୁଃଖ ପ୍ରକାଶ କରିଥିଲେ।

Leave A Reply

Your email address will not be published.