ନିମକଣା ଠାରେ ଟ୍ରେନ୍ ରେ କଟି ଯୁବକ ମୃତ୍ୟୁ

0

ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ଥାନା ଅନ୍ତର୍ଗତ ନିମକଣା ରେଲୱେଷ୍ଟେସନ ନିକଟରେ ଏରସମା ଥାନା ପଏଦା ପଞ୍ଚାୟତ ସ୍ଥିତ ପଦନା ଗ୍ରାମର ଏକ ରଘୁନାଥ ସ୍ବାଇଁ ନାମକ ୨୬ବର୍ଷର ଏକ ଯୁବକ ଟ୍ରେନ ଲାଇନରେ କଟି ମୁଣ୍ଡ ଗଣ୍ଡି ଅଲଗା ହୋଇଯାଇଥିବା ଆର.ପି.ଏଫ୍ ପୁଲିସ ଦ୍ବାରା ଉଦ୍ଧାର ହୋଇଛି।ମୃତ ଯୁବକ ଜଣଙ୍କ ପକେଟରୁ ଭୋଟ୍ ପରିଚୟପତ୍ର ବାହାରିବା ପରେ ଆର.ପି.ଏଫ୍ ପୁଲିସ ଏରସମା ଥାନାକୁ ସୂଚନା ଦେଇଥିଲା।ଏରସମା ପୁଲିସ ସୂଚନା ପାଇ ପଦନା ଗ୍ରାମର ରଘୁନାଥ ସ୍ବାଇଁଙ୍କ ଘରେ ଜଣାଇଥିଲେ। ରଘୁନାଥଙ୍କ ବଡଭାଇ ଓ ଗ୍ରାମବାସୀ ସୂଚନା ପାଇ ଘତଣା ସ୍ଥଳରେ ପହଞ୍ଚିବା ପରେ ମୃତ ବ୍ୟକ୍ତି ଜଣକ ରଘୁନାଥ ବୋଲି ଚିହ୍ନଟ ହୋଇଥିବା ଜଣାପଡିଛି।ସୂଚନାରୁ ଜଣାଯାଇଛି, ରଘୁନାଥ ବାଙ୍ଗାଲୋର ଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରେ। ୨ ମାସ ହେବ ତାର ବିଭାଘର ହୋଇଥିଲା।ମଙ୍ଗଳବାର ପୁର୍ବାହ୍ନରେ ରଘୁନାଥ କୌଣସି କାରଣରୁ ଘରେ ପାଟିତୁଣ୍ଡ କରି ରାଗିକରି ଆସି ନିମକଣା ଷ୍ଟେସନ ଠାରେ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଥିବା କୁହାଯାଉଛି।

Leave A Reply

Your email address will not be published.