ଭୁଶୁଡି ପଡିଲା ମାଟି କାନ୍ଥ, ମୃତ୍ୟୁ ମୁଖରୁ ରକ୍ଷା ପାଇଲେ ଗୋଟିଏ ପାରିବାର୍ ଚାରି ସଦସ୍ୟ

0

Kandhamal/ Gagan Kumar Pradhan : କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷାରେ ବାଲିଗୁଡ଼ା ବ୍ଲକ ଏନ୍ଏସି 12 ୱାର୍ଡ଼ ଗୁଳିମରlପଦl ସାହିରେ ବାସ କରୁଥିବା ଗୀତାଞ୍ଜଳି ପୂଜାରୀ ଓ ତିନି ପୁଅଝିଅକ ସହ ଚାଳିଶି ବର୍ଷ ପୁରୁଣା ଝାଟିମାଟି ଘରେ ବର୍ଷ ବର୍ଷ ଧରି ରହୁଥିବା ବେଳେ ଚାରିଦିନ ଧରି ଲଗାଣ ବର୍ଷାରେ ଘରର ମାଟି କାନ୍ଥ ଗତ କାଲି ବିଲମ୍ବିତ ରାତ୍ରିରେ ଘର ଭିତରେ ପଡ଼ି ଯାଇଥିଲା .। ସମସ୍ତ ଶୋଇଥିବା ବେଳେ ଏଭଳି ଘଟଣା ଘଟି ଥିଲl । ହେଲେ ଚାରିଜଣଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇ ଥିଲା l ସରକାରଙ୍କ ପକ୍ଷରୁ ସହାୟତା କେବଳ 35 kg ଚାଉଳ ମିଳୁଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାର ଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ଏହି ସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି l ସେହି ଭଳି ସବିତା ଗୌଡ଼କ ଘରର ମାଟି କାନ୍ଥ ଭୁଷୁଡି ପଡୁଛି ଫଳରେ ବର୍ଷl ପାଣି ଘର ଭିତରେ ପ୍ରବେଶ କରୁଛି, ଓ ସବିତା ପୂଜାରୀ କ୍ ଘର ପଛପଟୁ ପାହାଡ଼ିଆ ପାଣି ପଶି ଘରର କାନ୍ଥ ଭୁଷୁଡି ପଡ଼ିଛି । ଗୁଳିମରl ସାହିରେ ବସବାସ କରୁଥିବା ଲୋକମାନଙ୍କ ଘର ପଛପଟେ ପାହାଡ଼ ଥିବା ଯୋଗୁଁ ପ୍ରବଳ ବର୍ଷାରେ ପାଣି ଗୁଡିକ ଘର ଭିତରେ ପ୍ରବେଶ କରିଛି l ପ୍ରଶାସନ ଏହି ସାହି ପ୍ରତି ଦୃଷ୍ଟି ଦେବା ସହ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ କଲେ ଏହିସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଗ୍ରାମବାସୀ ସୁମିତ୍ରା ପୂଜାରୀ, ସାକିଲ ଦରl, ବାବୁଲ ଦରl, ସୁଦର୍ଶନ ମହାକୁଡ଼, ଅନ୍ୟମlନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.