ଭୁବନେଶ୍ୱର,(ଶାସକ ପ୍ରଶାସକ) :ମହିଳା ସଶକ୍ତିକରଣ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥା ପନ କରିଥିବା ମିଶନ ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପୂର୍ବରୁ ଏଲ୍ଇଡ଼ିବଲ୍ବ ତିଆରି,ବିଜୁ ଗାଁ ଗାଡ଼ି ଯୋଜନାରେ ବସ ଚଳାଇବା, ସମନ୍ୱିତ ଶିଶୁବିକାଶଯୋଜନାରେ ଛତୁଆ ଜୋଗାଣ, ମିଟର ରିଡିଂ ଦ୍ୱାରା ବିଜୁଳିବିଲ୍ ପ୍ରଦାନ, କୋଠାବାଡ଼ି ନିର୍ମାଣରେ ସାମିଲ ହୋଇ ଆର୍ଥିକ ସ୍ୱାବଲମ୍ବୀ ହେଉଥିଲୋ
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ପାଇଲଟ୍ ପ୍ରକଳ୍ପ ଭାବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରାଯାଇଛିା ଏହି ପ୍ରକଳ୍ପରେ କଳାହାଣ୍ଡି ଜିଲ୍ଲାରେ ୧୭ଟି ଗ୍ରାମ ପଞ୍ଚାୟତରେ ୧୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ଚଳିତ ବର୍ଷ ସଫଳତାର ସହ ଧାନ ସଂଗ୍ରହ କରାଯାଇଛିା ପ୍ରଥମେ ଏହି ଜିଲ୍ଲାର ଜୁନାଗଡ଼ ବ୍ଲକ୍ ବାଣୀଝର ଗ୍ରାମ ପଞ୍ଚାୟତରେ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଚୟନ କରାଯାଇଥିଲାା ଧାନ ସଂଗ୍ରହ ପାଇଁ ଅନ୍ ଲାଇନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାରୁ ଏହି ଗୋଷ୍ଠୀ ସଦସ୍ୟାମାନେ ଆବଶ୍ୟକୀୟ କମ୍ପ୍ୟୁଟର ତାଲିମ ନେଇଥିଲୋ ସର୍ବ ପ୍ରଥମେ ସେମାନେ ସ୍ଥାନୀୟ ନିୟନ୍ତ୍ରିତବଜାୟ କମିଟିରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲୋ ମଣ୍ଡିକୁ ନିଜ ଧାନ ସହ ଆସିଥିବା ଚାଷୀଙ୍କୁ ଦେଖୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦକ୍ଷତାର ସହ ଧାନ ସଂଗ୍ରହ ଆରମ୍ଭ କରିଥିଲୋ ସୁଖର କଥା, ମାତ୍ର ୩୦ ଦିନ ମଧ୍ୟରେ ଏହି ଗୋଷ୍ଠୀର ସଦସ୍ୟାମାନେ ୪୧ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲୋ ଏଥିରେ ସେମାନଙ୍କୁ ମିଶନ ଶକ୍ତି ଜୁନାଗଡ଼ବ୍ଲକ୍ ମହାସଂଘ ଯଥେଷ୍ଟ ସହାୟତା କରିଥିଲୋ ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହରୁ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ ୧୨.୯୪ ଲକ୍ଷ ଟଙ୍କା ରୋଜଗାର କରିଥିବାବେଳେ ନିଜ ଜମାଖାତାରେ ୬.୨୫ ଲକ୍ଷ ଟଙ୍କା ଜମା କରି ପାରିଛନ୍ତିା ଏହିବଳକା ଅର୍ଥରେ ନିକଟସ୍ଥବଜାରକୁ ପରିବହନର ସୁବିଧା ପାଇଁ ସେମାନେ ଏକ ଭ୍ୟାନ କିଣିବାର ଲକ୍ଷ୍ୟ ରଖିଛନ୍ତିା
ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ୧୭ଟି ଗ୍ରୁପ୍ ୪୪.୧୫ କୋଟି ଟଙ୍କା ମୂଲ୍ୟର ୨.୪୭ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ ବାବଦକୁ ୭୭.୨୪ ଲକ୍ଷ ଟଙ୍କାର ଅର୍ଥରାଶି କମିଶନ ଆକାରରେ ପାଇଛନ୍ତି | ରବି ଋତୁରେ କଳାହାଣ୍ଡି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ପ୍ରତ୍ୟେକ ହାରାହାରି ୪.୫ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତିା କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଉଲ୍ଲେଖନୀୟ ସଫଳତାକୁ ଦେଖି ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତିବିଭାଗ ତରଫରୁ ଖରିଫ ଋତୁରେ ଅନ୍ୟ ଜିଲ୍ଲାମାନଙ୍କର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ନିମନ୍ତେ ପଦକ୍ଷେ ପ ଗ୍ରହଣ କରାଯାଉଛି |
ପ୍ରକାଶ ଥାଉ କି, ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ଆଭିମୁଖ୍ୟ ନେଇ ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରାଯାଇ ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସ୍ୱାବଲଞ୍ଚୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା | ମହିଳାମାନଙ୍କ ଆର୍ଥିକ , ପାରିବାରିକ ଏବଂ ସାମାଜିକ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ମିଶନ ଶକ୍ତି ଅଭୂତ ପୂର୍ବ ସଫଳତା ହାସଲ କରି ପାରିଛିା ଏ ଯାବତ ରାଜ୍ୟର ପ୍ରାୟ ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୭୦ ଲକ୍ଷ ସଦସ୍ୟା ସାମିଲ ହୋଇ ରାଜ୍ୟର ମହିଳାମାନଙ୍କ ଆର୍ଥିକ ଉନ୍ନତି ପାଇଁ ପଥ ପ୍ରଦର୍ଶକ ସାଜିଛନ୍ତିା
Sign in
Sign in
Recover your password.
A password will be e-mailed to you.