ହଟିଲା ଧାରା ୩୭୦, ଦୁଇ ଭାଗ ହେଲା ଜମ୍ମୁ-କାଶ୍ମୀର : ବଡ଼ବିଲ ପ୍ରେସ କ୍ଲବ ଖୁସି ମନେଇଲା

0 1

ବଡ଼ବିଲ : (ଶାସକ ପ୍ରଶାସକ) ଜମ୍ମୁ ଓ କାଶ୍ମୀର ରେ ୩୭୦ଧାରା ଉଚ୍ଛେଦ ନିମନ୍ତେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପକୁ ବଡ଼ବିଲ ପ୍ରେସ କ୍ଲବ ସ୍ବାଗତ କରିଛି। ଧାରା ୩୭୦ ଉଚ୍ଛେଦ ପାଇଁ ରାଜ୍ୟସଭାରେ ବିଧେୟକ ପାରିତ ହେବା ପରେ ଏହା ଏକ ସ୍ୱପ୍ନ ସତ ହେବା ପରି ଲାଗୁଛି ବୋଲି ବଡ଼ବିଲ ପ୍ରେସ କ୍ଲବର ସଦସ୍ୟମାନେ ମତ ବ୍ୟକ୍ତ କରିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଡ଼ବିଲ ପ୍ରେସ କ୍ଲବର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ଶାନ୍ତନୁ ଦାଶ, ଉପସଭାପତି ଦେବକାନ୍ତ ଦାସ, ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି, ଦେବପ୍ରିୟ ରଣା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାରୁ ବାଦ୍ ଦିଆଯାଇ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିବା ସହ ପରସ୍ପରକୁ ମିଠା ଖୁଆଇ ଖୁସି ଜାହିର କରିଥିଲେ।

Leave A Reply

Your email address will not be published.