ଜାଇକା ଦେଇଛି ଯନ୍ତ୍ରଣା, ୨୦୨୦ ସୁଦ୍ଧା କାମ ସାରିବାକୁ କଟକ ବାସୀଙ୍କୁ ପ୍ରତାପଙ୍କ ପ୍ରତିଶ୍ରୁତି

0

 ତାଳଦଣ୍ଡା କେନାଲ ଉପରେ ବ୍ରିଜ ଲୋକାର୍ପିତ

କଟକ ; କଟକରେ ଚାଲିଥିବା ଜାଇକା ସ୍ୱେରେଜେ କାମ କଟକ ବାସୀଙ୍କୁ ଅନେକ ଯନ୍ତ୍ରଣା ଦେଇଛି | ହେଲେ ସେ କାମ କେମିତି ଶୀଘ୍ର ସରିବ ସେଦିଗରେ ଆମେ ଯୋଜନାବଦ୍ଧ ଭାବେ କାମ କରୁଛୁ | ଦେଢ଼ବର୍ଷ ଭିତରେ ଅର୍ଥାତ ୨୦୨୦ ଶେଷ ସୁଦ୍ଧା ଜାଇକା କାମ ସାରିବା ପାଇଁ ମୁଁ କଟକ ବାସୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉଛି” ବୋଲି କହିଛନ୍ତି ରାଜ୍ୟ ଆଇନ, ପଂଚାୟତିରାଜ, ଗୃହ ନିର୍ମାଣ -ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା |

ତାଳଦଣ୍ଡା କେନାଲ ଉପରେ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୬କୋଟି ତାଙ୍କ ବ୍ୟୟରେ ନିର୍ମିତ ଏକ ବ୍ରିଜକୁ ଲୋକାର୍ପଣ କରିବା ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କଟକ ସହରର ସାମଗ୍ରିକ ତଥା ଯୋଜନାବଦ୍ଧ  ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପ ବଦ୍ଧ | ଜାଇକା କାମ ଯୋଗୁ କଟକ ବସି ସମସ୍ୟା ସମ୍ମୁଖୀନ ହୋଇଛନ୍ତି | ଆମେ ଏହାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପଦକ୍ଷେପ ନେଉଛୁ | ଲୋକମନକ ଦାବି କୁ ଗୁରୁତ୍ବ ଦେଇ କଟକ ଚୌଦ୍ୱାର ଅଂଚଳରେ ଏକ କଲ୍ୟାଣମଣ୍ଡପ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି |

Leave A Reply

Your email address will not be published.