ପଦ୍ମପୁର(ନୀଲାମ୍ବର ଦୀପ୍):- ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୩ ତମ ପ୍ରତିଷ୍ଠା ଦିବସ ରବିବାର ଦିନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମାଣ୍ଡୋସିଲ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ସନ୍ତୋଷ ସିଂ ଠାକୁର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଦେଶର ପ୍ରଗତି ରେ ନାରୀ ଶିକ୍ଷାର ଭୂମିକା ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀୟ ଅତିଥି ଭାବରେ ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନୋରଞ୍ଜନ ସିଂ ବରିହା,ଶିକ୍ଷାବିତ୍ ତଥା ମୋ ସ୍କୁଲ ଅଭିଯାନ ର ଜିଲ୍ଲାସ୍ତରୀୟ ସଦସ୍ୟ ଶ୍ରୀଯୁକ୍ତ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ,ବିଦ୍ୟାଳୟ ର ପ୍ରତିଷ୍ଠାତା ସଦ୍ୟସ ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ପାଢ଼ୀ,ବିଦ୍ୟାଳୟ ର ଏସ୍.ଏମ୍.ସି ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ଭୋଇ ଯୋଗଦାନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ଦାସ
ପ୍ରତିଷ୍ଠା ଦିବସ ର ଉଦ୍ଦେଶ୍ୟ ଜ୍ଞାପନ କରିବା ସଂଗେ ସଂଗେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଭୋଇ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସକାଳ ୦୭ଘ. ସମୟରେ ସୁବର୍ଣ୍ଣ ଜୟନ୍ତୀ ସ୍ମାରକୀ ସ୍ତମ୍ଭ ପ୍ରତିଷ୍ଠା କରଣ ସଂଗେ ସଂଗେ ପତାକା ଉତ୍ତଳନ କରାଯାଇଥିଲା।ପରେ ପରେ ବ୍ୟାଣ୍ଡ ବାଜା ର ତାଳେ ତାଳେ ଏକ ରାଲିରେ ବିଦ୍ୟାଳୟ ପରିବାର ତଥା ସମସ୍ତ ଏସ୍.ଏମ୍.ସି ସଦ୍ୟସ ତଥା ଅତିଥି ଗଣ ସହର ପରିକ୍ରମା କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ ପରିଚାଳନା କରିଥିଲେ ଶ୍ରୀ ପ୍ରେମାନନ୍ଦ ବେହେରା ଓ ଜୀବନାନନ୍ଦ ସାହୁ।ବ୍ୟାଣ୍ଡ ବାଜା ର ପରିଚାଳନା ରେ ଶ୍ରୀ ଗୋପାଳ ପ୍ରସାଦ ପାଣିଗ୍ରାହୀ ଓ ଶ୍ରୀମତୀ ନିଲିମାରାଣୀ ମହାନ୍ତି ବିଶେଷ ସହାୟତା ପ୍ରଦାନ କରିଥିଲେ। ସଭା କାର୍ଯ୍ୟକ୍ରମ ଶେଷରେ ଚିନ୍ତାମଣି ସାହୁ ,ଜ୍ୟୋତ୍ସ୍ନାରାଣୀ ସାହୁ,ସୁରେନ୍ଦ୍ର ଚନ୍ଦ୍ର ଚୌହାନ,ବାଦଲ କୁମାର ସେଠୀ,ପରିଚାଳନା ରେ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।ପୁରସ୍କାର ବିତରଣ ରେ ସୁଷମା ଦାସ ,ବସନ୍ତ ବାଗ,ଦୁଷ୍ମନ୍ତ ଛତର,ନନ୍ଦିନୀ ବାଗ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଶେଷରେ ମିନତୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.