ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସୂତ୍ରକୁ ନେଇ ଡିପ୍ଲୋମା ଇଂଜିନିୟରଙ୍କ ସଂକଳ୍ପ ସମାବେଶ

0

ଭୁବନେଶ୍ୱର :ଓଡ଼ିଶା ଡିପ୍ଲୋମା  ଇଂଜିନିୟର ସେବା ସଂଘର ସଂକଳ୍ପ ସମାବେଶ ଓ ସମ୍ବର୍ଦ୍ଧନା  ଉତ୍ସବ ସଂଘର ଖାରବେଳ ନଗର ସ୍ଥିତଓଡେ଼ଶା ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହି ସମାବେଶରେ ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର
ମଲ୍ଲିକ, ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ , ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂ ପଦବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜଳସଂପଦ, ସୂଚନା ଓ ଲୋକସଂ ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା, ସୂଚନା ଓ ବୈଷୟିକ ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ବିଧାୟକ  ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ, ଶ୍ରୀ ସଂଜୀବ କୁମାର ମଲ୍ଲିକ ଓ ଶ୍ରୀ ଧ୍ରୁବଚରଣ ସାହୁ ପ୍ରମୁଖ  ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ଅତିଥିମାନଙ୍କୁ ସଂଘ ତରଫରୁ  ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆ୩⁄୪ାଇ ସଞ୍ଚର୍ଦ୍ଧିତ କରାଯାଇଥିଲା | ରାଜ୍ୟ ସରକାରଙ୍କବିଭିନ୍ନବିଭାଗରେ କାର୍ଯ୍ୟ କରୁଥିବା ଡିପ୍ଲୋମା ଇଂଜିନିୟରମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫”ଟି’ ସୂତ୍ରକୁ ରାଜ୍ୟର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ତୃଣମୂଳସ୍ତରରେ
ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଥିଲୋ
ମନ୍ତ୍ରୀ ଶ୍ରୀ ମଲ୍ଲିକ ନିଜ ଅଭିଭାଷଣରେ  ଡିପ୍ଲୋମା ଇଂଜିନିୟରମାନେ ନିର୍ମାଣ କାର୍ଯ୍ୟକୁ ସମୟାନୁଭିତ୍ତିକ ଓ ନିଷ୍ଠାର ସହ ନିର୍ବାହ କରିବାକୁ କହିଥିଲେ |  ମନ୍ତ୍ରୀ ଡ. ସାହୁ ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀବିଶେଷ କରି ବୈଷୟିକବିତ୍ଗଣ ସମୟର ଆହ୍ୱାନକୁ ସଠିକ୍ ଭାବେବୁଝିବା ସହ ରାଜ୍ୟବାସୀଙ୍କୁ ୫ “ଟି’ ଆଧାରରେ ରେ ତ୍ୱରିତ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋ ପ କରିଥ#ଲୋ ମନ୍ତ୍ରୀ ଶ୍ରୀ ଜେନା ଡିେ ପ୍ଲାମା ଇଂଜିନିୟରମାନେ ସରକାରୀ କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରିବା ଏବଂ ଜନ ସାଧାରଣଙ୍କ ଆଶା-ଆକାଂକ୍ଷା ପୂରଣ କରି ସେମାନଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସୂତ୍ରକୁ ରାଜ୍ୟରବିକାଶ ନିମିତ୍ତ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେବା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିଥିଲୋ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଡିେ ପ୍ଲାମା ଇଂଜିନିୟରମାନେ ୫ “ଟି’ ଆଧାରରେ  ଉନ୍ନୟନ  କାର୍ଯ୍ୟୟବିଶେଷ କରି ସାଧାରଣ  ଜନତାଙ୍କ ସାମୂହିକ ହିତକୁ ଦୃଷ୍ଟିରେ  ରଖି କାର୍ଯ୍ୟ କରିବେ ବୋଲି ଆଶାପାଷଣ କରିଥିଲେ | ମନ୍ତ୍ରୀ ଶ୍ରୀ ପଣ୍ଡା ଓ ମନ୍ତ୍ରୀ ଶ୍ରୀ ବେହେରା  ଡିପ୍ଲୋମା ଇଂଜିନିୟରମାନଙ୍କ ସଂଘୀୟ ମନୋଭାବକୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ଗୁରୁମନ୍ତ୍ରକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲ |  ସାଂସଦ ଶ୍ରୀ ସାହୁ ଡିପ୍ଲୋମା ଇଂଜିନିୟରଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହିତ ସେମାନଙ୍କ ସଂଗଠନ ଓ ସମସ୍ୟା ସହିତ ଦୀର୍ଘବର୍ଷ ଧରି ଜଡ଼ିତ ଥିବା  କହିଥିଲେ |
ସଂଘ ସଭା ପତି ଇଂଜିନିୟର ପ୍ରଦୀ ପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟୟକ୍ରମରେ ସଂଘର ଉ ପଦେଷ୍ଟା ଇଂ ନରେନ୍ଦ୍ର କୁମାର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରି ସଂଘ ସଫଳତାର ସହ ୭୫ବର୍ଷ ପୂର୍ଣ୍ଣ କରି ଚଳିତବର୍ଷ ପ୍ଲାଟିନମ୍ ଜୁବୁଲି  ପାଳନର ନିଷ୍ପତ୍ତି ନେଇ ପ୍ରଥମ ପର୍ୟାୟରେ ସଂକଳ୍ପ ସମାବେଶ ଓ ସଞ୍ଚର୍ଦ୍ଧନା ଉତ୍ସବ ପାଳନ କରୁଥିବା କହିଥିଲୋ ସଂଘର ୮ ହଜାର ସଦସ୍ୟସଦସ୍ୟା ମୁଖ୍ୟମନ୍ତ୍ରୀଙ୍କ ୫ “ଟି’ ସୂତ୍ରକୁ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକ୍ଷେତ୍ରରେ ଉପଯୋଗ  କରିବା ପାଇଁ  ପ୩⁄୪ର୍୍ୟାୟ କ୍ରମେ ସଂକଳ୍ପ ନେବୋ ଆଜି ପ୍ରଥମ ପର୍ଯ୍ୟାୟରେ ସଂଘର ୫୦୦ ସଦସ୍ୟ ଏହି ସଂକଳ୍ପ ନେଇଥିଲେ |ସଂଘର ପୂର୍ବତନ ସଭା ପତି ତଥା କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଇଂ ନିର୍ମଳ ଚନ୍ଦ୍ର ସ୍ୱାଇଁ ଏବଂ ସାରା ରାଜ୍ୟରବ୍ଲକ୍, ଜିଲ୍ଲା ଓ କେନ୍ଦ୍ରୀୟ କମିଟିର କର୍ମକର୍ତ୍ତାମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ

Leave A Reply

Your email address will not be published.